ଓଡ଼ିଶା

ରାଜ୍ୟସଭା ନାମାଙ୍କନ ପ୍ରତ୍ୟାହାର ସମୟ ଶେଷ, ୫ ପ୍ରାର୍ଥୀତ୍ବ କାଏମ

ଭୁବନେଶ୍ୱର :  ମିଶନ ରାଜ୍ୟସଭା  ।  ମଇଦାନରେ ୫ ପ୍ରାର୍ଥୀ ।  ନାମାଙ୍କନ ପତ୍ର ପ୍ରତ୍ୟାହାର ସମୟ ଶେଷ ।  ଆଜି ଥିଲା ରାଜ୍ୟସଭା ପ୍ରାର୍ଥୀପତ୍ର ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ।  କୌଣସି ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନାହାନ୍ତି । ରାଜ୍ୟସଭା ନିର୍ବାଚନରେ ଏବେ ୫ ପ୍ରାର୍ଥୀ ରହିଛନ୍ତି ।  ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ରହିବା ବେଳେ ବିଜେଡିରୁ ପ୍ରାର୍ଥୀ ଅଛନ୍ତି ଡ. ସଂତୃପ୍ତ ମିଶ୍ର ।

ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଭାବେ ଦିଲ୍ଲୀପ ରାୟ, ବିଜେଡି ଏବଂ କଂଗ୍ରେସର ମିଳିତ ପ୍ରାର୍ଥୀ ରହିଛନ୍ତି ଡାକ୍ତର ଦତ୍ତେଶ୍ବର ହୋତା ।  ସଂଖ୍ୟା ଦୃଷ୍ଟିରୁ ବିଜେପିର ଦୁଇ ପ୍ରାର୍ଥୀ ଏବଂ ବିଜେଡିର ଜଣେ ପ୍ରାର୍ଥୀ ବିଜୟ ହେବା ଏକପ୍ରକାର ନିଶ୍ଚିତ।  ଚତୁର୍ଥ ଆସନ ପାଇଁ ଛକାପଞ୍ଝା।

ଚତୁର୍ଥ ଆସନରେ କିଏ ଜିତିବ? ଡାକ୍ତର ଦତ୍ତେଶ୍ବର ହୋତା ନା ଦିଲ୍ଲୀପ ରାୟ। ସ୍ବାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଶାସକ ବିଜେପି ସମର୍ଥନ ଦେଇଛି। ତେଣୁ ଦିଲ୍ଲୀପ ରାୟଙ୍କ ପାଖରେ ଆବଶ୍ୟକ ସଂଖ୍ୟକଙ୍କ ବିଧାୟକ ନଥିବା ସତ୍ବେ ତାଙ୍କ ବିଜୟ ସମ୍ଭାବନା ଅଧିକ ଥିବା ଚର୍ଚ୍ଚା ହେଉଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL