ଓଡ଼ିଶା

ଏଥର ବି ହୋଇପାରିଲାନି ପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା, ୧୨ ବର୍ଷ ହେଲା ବନ୍ଦ ରହିଛି ପରମ୍ପରା

ଭୁବନେଶ୍ବର: ଗତ ବର୍ଷ ଭଳି ଏବର୍ଷ ବି ବନ୍ଦ ରହିଲା ମହାପ୍ରଭୁ ଲିଙ୍ଗରାଜଙ୍କ ହାଣ୍ଡି ଭଙ୍ଗା ଯାତ୍ରା। କପିଳେଶ୍ୱର ମନ୍ଦିରରେ କେଉଁ ସେବାୟତ ବାଟ ବରଣୀ କରିବେ ସେନେଇ ବିବାଦ ନ ତୁଟିବାରୁ ଏବର୍ଷ ବି ମହାପ୍ରଭୁଙ୍କ ହାଣି ଭଙ୍ଗା ଯାତ୍ରା ହୋଇପାରିନାହିଁ। ଆଉ ଏହାକୁ ମିଶାଇଲେ ପ୍ରାୟ ୧୨ ବର୍ଷ ହେବ ମହାପ୍ରଭୁଙ୍କ ଏହି ନୀତି ବନ୍ଦ ରହିଛି।

ବଡ଼ କଥା ହେଲା ଏହି ଯାତ୍ରା ଆରମ୍ଭ କରିବା ତଥା ବିବାଦର ସମାଧାନ ପାଇଁ ଗତ ୧୯ ତାରିଖରେ ସ୍ବତନ୍ତ୍ର ସର୍କିଟ ହାଉସ ଠାରେ ଖୋର୍ଦ୍ଧା ଜିଲ୍ଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକ ହୋଇଥିଲା। ଆଉ ଶନିବାର ଏହି ପରମ୍ପରା ହେବା ନେଇ କୁହାଯାଇଥିଲା। ମାତ୍ର ଏହା ଏବେ ପୁଣି ବନ୍ଦ ରହିଲା।

ଏନେଇ ​‌ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି, କପିଳେଶ୍ୱର ମନ୍ଦିରରେ କେଉଁ ସେବାୟତ ବାଟ ବରଣୀ କରିବେ ସେନେଇ ଥିବା ବିବାଦ ତୁଟିନାହିଁ। ଲିଙ୍ଗରାଜ ମନ୍ଦିର ସେବାୟତ  ଖୁଣ୍ଟିଆ ସେବାୟତ ଏହି ସେବା କରିବାର ପରମ୍ପରା ରହିଛି। ଅନ୍ତରୀଣ ଆଦେଶରେ ମଳିଆଙ୍କୁ ଦାୟିତ୍ୱ ଦିଆଯାଇଥିବାରୁ ହାଣ୍ଡି ଭଙ୍ଗା ଜାତ ବନ୍ଦ ରହିଲା। ରବିବାର ଠାରୁ କପିଳେଶ୍ୱରରେ ଖୁଣ୍ଟିଆ ଓ ମଳିଆ ନିଜ ନିଜ ସେବା ଅନ୍ତରୀଣ ଆଦେଶ ଅନୁଯାୟୀ କରିବେ। ଶ୍ୱେତଲିପି ଆସିବା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ସୂଚନାଥାଉକି, ଦୀର୍ଘ ବର୍ଷ ଧରି ଖୁଣ୍ଟିଆ ଓ ମଲିଆ ସେବାୟତଙ୍କ ମଧ୍ୟରେ ବିବାଦ ରହିଆସିଛି। ଫଳରେ ମହାପ୍ରଭୁଙ୍କର ଏହି ସ୍ବତନ୍ତ୍ର ଯାତ୍ରା ହୋଇପାରୁନାହିଁ।

ସେପଟେ ଶନିବାର ଦ୍ବିପହରରୁ ଉପବାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ। ପୂଜା ପଣ୍ଡା ଓ ସୁଆର ସେବକଙ୍କ ମଧ୍ୟରେ ବିବାଦ ଯୋଗୁ ନୀତି ନହୋଇପାରିବାରୁ ଉପାସରେ ଅଛନ୍ତି ପ୍ରଭୁ। ଏନେଇ ବଡ଼ୁ ନିଯୋଗ କମିଟି ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି, ସକାଳ ମଙ୍ଗଳ ଆଳତି ଠାରୁ ଭୋଗ ମଣ୍ଡପ ପର୍ଯ୍ୟନ୍ତ ସବୁ ନୀତି ଠିକ ଥିଲା। ହେଲେ ଦ୍ବିପ୍ରହରରେ ନୀତିକାନ୍ତି ବିଭ୍ରାଟ ଯୋଗୁ ପ୍ରଭୁ ଉପାସରେ ଅଛନ୍ତି। ଏପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରୁନି ନୀତିକାନ୍ତି।

ଲିଙ୍ଗରାଜଙ୍କ ସ୍ନାନ ପରେ ତାଙ୍କୁ ବସ୍ତ୍ର ମଧ୍ୟ ପିନ୍ଧିବାକୁ ଦେଇ ନାହାନ୍ତି ପତ୍ରୀ ସେବାୟତ। ଦ୍ବିପହର ନୀତି କେତେବେଳେ ହେବ ଏବେ ତାହା ସବୁଠାରୁ ବଡ଼ ପ୍ରଶ୍ନ । ଜ଼ିଲ୍ଲାପାଳ କହିଥିଲେ ଯଦି ହାଣ୍ଡିଭଙ୍ଗା ଯାତ ନ ହୁଏ ତେବେ ତେବେ ନୀତିକାନ୍ତିରେ କୌଣସି ବିଭ୍ରାଟ ନ କରିବାକୁ ହେଲେ ତାକୁ ମାନିଲେନି ପୂଜା ପଣ୍ଡା ଓ ସୁଆର ସେବକ। ସେହିଭଳି କପିଳେଶ୍ବରଙ୍କ ସକାଳ ଧୂପ ପର ଠାରୁ ନୀତି ବନ୍ଦ ରହିଛି। ଦିନ ୨ଟା ପର ଠାରୁ ନୀତି ହୋଇ ନାହିଁ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL