ଅନ୍ତର୍ଜାତୀୟ ଜାତୀୟ

ଜେଫ୍ରି ଏପଷ୍ଟିନ୍‌ ଲିଙ୍କ୍‌ରେ ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ଗିରଫ

ଲଣ୍ଡନ : ବ୍ରିଟେନର ରାଜପରିବାର ପାଇଁ ଏକ ବଡ଼ ଝଟକା ଲାଗିଛି। ରାଜା ଚାର୍ଲ୍ସ ତୃତୀୟଙ୍କ ସାନ ଭାଇ ତଥା ବ୍ରିଟେନ୍‌ର ପୂର୍ବତନ ଯୁବରାଜ ଆଣ୍ଡ୍ର୍ୟୁ ମାଉଣ୍ଟବେଟ୍ଟନ-ୱିଣ୍ଡସରଙ୍କୁ ପୁଲିସ୍ ଗିରଫ କରିଛି। ଜେଫ୍ରି ଏପଷ୍ଟିନ୍‌ ଲିଙ୍କ୍‌ରେ ତାଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ବ୍ରିଟେନ୍‌ର କୌଣସି ଯୁବରାଜ ଗିରଫ ହେବା ଏହା ହେଉଛି ପ୍ରଥମ ଘଟଣା। ତାଙ୍କ ନାଁରେ ପବ୍ଲିକ୍‌ ଅଫିସ୍‌ର ଅପବ୍ୟବହାର କରିବା ନେଇ ଅଭିଯୋଗ ରହିଛି । ଏପଷ୍ଟିନ୍‌ଙ୍କୁ ବାଣିଜ୍ୟ ଚୁକ୍ତି ସମ୍ପର୍କିତ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ ରହିଥିଲା। କୁଖ୍ୟାତ ଯୌନ ଅପରାଧୀ ଏପଷ୍ଟିନ୍‌ଙ୍କ ସହ ସମ୍ପର୍କ ପାଇଁ ତାଙ୍କୁ ରାଜା ଚାର୍ଲ୍ସ ତୃତୀୟ ଦାୟିତ୍ବରୁ ହଟାଇ ଦେଇଥିଲେ। ଏପଷ୍ଟାଇନଙ୍କ ସହ ସମ୍ପର୍କକୁ ନେଇ ଆଣ୍ଡ୍ରୁ ବହୁ ଦିନ ଧରି ବିବାଦରେ ଫସି ରହିଛନ୍ତି। ଗତବର୍ଷ ରାଜା ଚାର୍ଲ୍ସ ତାଙ୍କଠାରୁ ସମସ୍ତ ରାଜକୀୟ ପଦବୀ ଏବଂ ସମ୍ମାନ ଛଡ଼ାଇ ନେଇଥିଲେ। ଏବଂ ୱିଣ୍ଡସର ଇଷ୍ଟେଟରେ ଥିବା ରାଜକୀୟ ବଙ୍ଗଳାରୁ ତାଙ୍କୁ ବାହାର କରିବାକୁ ନିଷ୍ପତ୍ତି ନେଇଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL