ଓଡ଼ିଶା

ଆସନ୍ତା ୧୪ରେ ୨୦ ତମ ତୋଷାଳି ସ୍ଵଦେଶୀ ମେଳା

ଭୁବନେଶ୍ଵର: ୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ଉପଲକ୍ଷେ ସ୍ଥାନୀୟ ଏକାମ୍ର ହାଟ ଠାରୁ ପ୍ରଚାର ରଥ ଗଡିଛି । ଏହି କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଶୁଭାରମ୍ଭ କରିଥିଲେ । ଏହି ପ୍ରଚାର ରଥ କଟକ, ଭୁବନେଶ୍ଵର, ପୁରୀ, ସମ୍ବଲପୁର, ବ୍ରହ୍ମପୁର ପ୍ରମୁଖ ସହର ପରିକ୍ରମା କରିବ ।

ସୂଚନାଯୋଗ୍ୟ, ସ୍ଥାନୀୟ ଜନତା ମଇଦାନଠାରେ ଫେବୃଆରୀ ୧୪ ରୁ ୨୬ ତାରିଖ ୨୦ ତମ ଭବ୍ୟ ତୋଷାଳି ସ୍ଵଦେଶୀ ମେଳା ଆୟୋଜନ ହେବାକୁ ଯାଉଛି । ଚଳିତବର୍ଷର ଥିମ୍ ରହିଛି ସ୍ଵଦେଶୀ ଏବଂ ଆତ୍ମନିର୍ଭର । ମୋଟ ୮୪୦ ଟି ଷ୍ଟଲ୍ ଆୟୋଜନ ହୋଇଛି ।

ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ପ୍ରଭାକର ମହାରଣା, ପଦ୍ମଶ୍ରୀ ଇଲିଆନା ସିତାରିଷ୍ଟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ପ୍ରେମ ଚନ୍ଦ୍ର ଚୌଧରୀ, ହସ୍ତଶିଳ୍ପ ନିର୍ଦ୍ଦେଶିକା ନିବେଦିତା ପୃଷ୍ଟି, ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ସେରିଫେଡର ପରିଚାଳନା ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ବିକ୍ରମାଦିତ୍ୟ ବାରିକ, ସିଡାକର ସଦସ୍ୟ ସଚିବ ଚିନ୍ମୟୀ ବିଶ୍ଵାଳ, ଉପ ଶାସନ ସଚିବ ସୁବ୍ରତ କୁମାର ବେହେରା ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

 

aduser

About Author

LOKA SAMACHAR @2026. All Rights Reserved || Developed By CBSPL