ଜାତୀୟ

ବିମାନ ଦୁର୍ଘଟଣାରେ ଚାଲିଗଲା ପ୍ରସିଦ୍ଧ ଗାୟକ ୟେସନ୍‌ଙ୍କ ଜୀବନ

କଲମ୍ବିଆ: କଲମ୍ବିଆରେ ଏକ ବଡଧରଣର ବିମାନ ଦୁର୍ଘଟଣା ଘଟିଛି। ଏଥିରେ ପ୍ରସିଦ୍ଧ ଗାୟକ ୟେସନ୍ ଜିମେନେଜଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ମୋଟ ଛଅ ଜଣ ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ ବିମାନଟି ଜୁଆନ୍ ଜୋସେ ରୋଣ୍ଡନ୍ ବିମାନବନ୍ଦରରୁ ଉଡ଼ାଣ ଭରୁଥିଲା। ଉଡ଼ାଣର କିଛି ମିନିଟ୍ ପରେ ବିମାନଟି ରନୱେ ନିକଟରେ ଥିବା ଏକ କ୍ଷେତରେ ଖସି ପଡ଼ିଥିଲା। ଅବତରଣ କରିବା ସମୟରେ ବିମାନରେ ନିଆଁ ଲାଗିଯାଇଥିଲା। ପୁଲିସ୍‌ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ହୋଇସାରିଥିଲା। ସେଥିରେ ଗାୟକ ୟେସନ୍ ଜିମେନେଜ ମଧ୍ୟ ରହିଥିଲେ।

ସେ ଏକ ସଙ୍ଗୀତ କାର୍ଯ୍ୟକ୍ରମ କରିବା ପରେ ମେଡେଲିନ୍ ଯାତ୍ରା କରୁଥିବା ଜଣାପଡ଼ିଛି। ଜାନୁଆରୀ ୧୧ ରାତିରେ ମାରିନିଲାରେ ତାଙ୍କର କାର୍ଯ୍ୟକ୍ରମ ହେବାର ଥିଲା। ତାଙ୍କ ମ୍ୟୁଜିକ ଟିମ୍ ଏବଂ କ୍ରୁର ଅନ୍ୟ ପାଞ୍ଚ ଜଣ ସଦସ୍ୟ ମଧ୍ୟ ବିମାନରେ ଥିଲେ। ଦୁର୍ଘଟଣାରେ ବିମାନରେ ଥିବା ସମସ୍ତଙ୍କର ମୃତ୍ୟୁ ହୋଇଥିଲା। ତେବେ ଏନେଇ ବେସାମରିକ ବିମାନ ଚଳାଚଳ କର୍ତ୍ତୃପକ୍ଷ ତଦନ୍ତ ଆରମ୍ଭ କରିଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL