ଓଡ଼ିଶା

କାରକୁ ଧକ୍କା ଦେଲା ଟ୍ରକ; ଗୋଟିଏ ପରିବାରର ୩ ମୃତ

ପାରଳାଖେମୁଣ୍ଡି : ନୂଆବର୍ଷର ପ୍ରଥମ ରବିବାରରେ ଗଜପତି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଶ୍ରୀକାକୁଲମ ଜିଲ୍ଲା ବାରୁଆ ଥାନା ଅଧୀନ ନିକଟରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ଶିଶୁକନ୍ୟା ସମେତ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଶିଶୁକନ୍ୟା ସମେତ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି। ସେମାନଙ୍କୁ ଆନ୍ଧ୍ରପ୍ରଦେଶର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ସାମ୍ନା କରିଥିବା ଲୋକେ ଗୋଟିଏ ପରିବାରର କୁହାଯାଉଛି। ମୃତାହତମାନଙ୍କର ପରିଚୟ ମିଳିପାରି ନାହିଁ।

ସୂଚନା ଅନୁସାରେ ଭୁବନେଶ୍ବରର ଗୋଟିଏ ପରିବାରର ସଦସ୍ୟ କାରରେ ବିଶାଖାପାଟଣା ଯାଉଥିଲେ। ବାରୁଆ ନିକଟରେ ସେମାନେ ଏକ ଦୁଇଚକିଆ ଯାନକୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ସମୟରେ ଦୁର୍ଘଟଣାର ସାମ୍ନା କରିଥିଲେ। ଏହି ସମୟରେ ଏକ ଟ୍ରକ ନିୟନ୍ତ୍ରଣ ହରାଇ ଡିଭାଇଡର୍ ଡେଇଁ ସାମ୍ନା ପଟୁ କାରକୁ ଧକ୍କା ଦେଇଥିଲା। କାରରେ ଥିବା ଲୋକମାନେ ଚାକି ହୋଇଯାଇଥିଲେ। ତା’ପରେ ଟ୍ରକ ଖେତରେ ପଶିଯାଇଛି।

ଘଟଣା ବିଷୟରେ ଜାଣିବା ପରେ ୧୦୩୩ ଜାତୀୟ ରାଜପଥ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଥିଲେ। କାର ଭିତରୁ ମୃତାହତମାନଙ୍କୁ ଉଦ୍ଧାର କରିଥିଲେ। ମୃତଦେହଗୁଡ଼ିକ ପୋଷ୍ଟମର୍ଟମ ପାଇଁ ପଠାଇଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିଛନ୍ତି। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ପୁଲିସ ଜବତ କରିଛି। ରିପୋର୍ଟ ଲେଖାଯିବା ବେଳକୁ ଟ୍ରକ୍‌କୁ ଉଦ୍ଧାର କରାଯାଇପାରି ନାହିଁ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL