ଜାତୀୟ

ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ଗୁଳି କରି ହତ୍ୟା; ହତ୍ୟାକାରୀ କହିଲା-ମୁଁ ମଜା କରୁଥିଲି

ବାଂଲାଦେଶ: ବାଂଲାଦେଶରେ ପୁଣି ଜଣେ ହିନ୍ଦୁଙ୍କୁ ହତ୍ୟା କରାଯାଇଛି। ସେ ହେଲେ ବଜେନ୍ଦ୍ର ବିଶ୍ଵାସ(୪୨)। ଏକ କାରଖାନା ଭିତରେ ସୁରକ୍ଷାକର୍ମୀ ଭାବେ ଡ୍ୟୁଟି କରୁଥିବା ସମୟରେ ବଜେନ୍ଦ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଗୁଳି କରିବା ପରେ ହତ୍ୟାକାରୀ ତାତ୍ସଲ୍ୟ କରି ‘ମୁଁ ମଜାକ କରୁଥିଲି’ ବୋଲି କହିଛି। ଅଭିଯୁକ୍ତ ନୋମାନ ମିୟା(୨୯)କୁ ପୁଲିସ ଗିରଫ କରିଛି। ଦୀପୁ ଦାସ, ଅମ୍ରିତ ମଣ୍ଡଳଙ୍କ ପରେ ବଜେନ୍ଦ୍ର ୩ୟ ହିନ୍ଦୁ ଭାବେ ହତ୍ୟାର ଶିକାର ହୋଇଛନ୍ତି।

ସୂଚନା ଅନୁସାରେ, ଗତ ସୋମବାର ସନ୍ଧ୍ୟା ୬ଟା ୪୫ରେ ମେହରାବାରୀ ଅଞ୍ଚଳରେ ଥିବା ସୁଲତାନା ସ୍ଵେଟର୍ସ ଲିମିଟେଡ ନାମକ କାରଖାନା ଭିତରେ ଏହି ହତ୍ୟାକାଣ୍ଡ ଘଟିଛି। ବଜେନ୍ଦ୍ର ଏବଂ ଅଭିଯୁକ୍ତ ନୋମାନ କାରଖାନା ପରିସରରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଉଭୟେ କଥାବାର୍ତ୍ତା ହେଉଥିବା ସମୟରେ ନୋମାନ ଧରିଥିବା ବନ୍ଧୁକ ବଜେନ୍ଦ୍ରଙ୍କ ଆଡକୁ ଦେଖାଇ ମଜା କରୁଥିଲେ। ଏହି ସମୟରେ ଗୁଳି ଫୁଟି ଯାଇଥିଲା। ଗୁଳି ତାଙ୍କ ଜଙ୍ଘରେ ଲାଗିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି। ଏଭଳି ଘଟଣାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL