ଓଡ଼ିଶା ଜ଼ିଲ୍ଲା ସମ୍ବଲପୁର

ରେଙ୍ଗାଲିବ୍ଲକର ୫ ଶିଳ୍ପାନୁଷ୍ଠାନ ରୁ ନିର୍ଗତ ହେଉଛି ବାର୍ଷିକ ୩୧ଲକ୍ଷ ୨୬ହଜାର ୭ଶହ୫୪ ଟନ୍ ଫ୍ଲାଇ ଆଶ୍

ସମ୍ବଲପୁରରୁ ହରିହର ନାଥଙ୍କ ରିପୋର୍ଟ

ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଅଞ୍ଚଳ ରେ ଥିବା ୫ଟି ବିଭିନ୍ନ କଳ କାରଖାନା ରୁ ବାର୍ଷିକ ୩୧ଲକ୍ଷ ୨୬ହଜାର ୭ଶହ ୫୪ ଟନ୍ ଫ୍ଲାଇ ଆଶ୍ ( ଉଡନ୍ତା ପାଉଁଶ) ନିର୍ଗତ ହେଉଥିବା ସଂଗୃହୀତ ତଥ୍ଯ ରୁ ଜଣା ପଡିଛି। ଅନେକ ଶିଳ୍ପାନୁଷ୍ଠାନ ଗାଇଡ୍ ଲାଇନ୍ ଅନୁସାରେ ଫ୍ଲାଇ ଆଶ୍ ପରିଚାଳନା କରୁନଥିବାରୁ ପ୍ରଦୁଷଣ ସମସ୍ୟା ଦେଖାଦେଇ ପରିବେଶ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡୁଥିବା ପରିବେଶବିତ୍ ତଥା ସଚେତନ ନାଗରିକ ମହଲ ରେ ଅଭିଯୋଗ ହେଉଛି। କେତେକ କମ୍ପାନୀର ପାଉଁଶ ହୀରାକୁଦ ଜଳଭଣ୍ଡାର ପାର୍ଶ୍ବ ଏବଂ ରାସ୍ତା ପାର୍ଶ୍ବ ଖୋଲା ପଡିଆ ରେ ଡମ୍ପିଂ ହେଉଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହୋଇଛି। ବିଗତ ଦିନ ରେ ପୁରୁଣା ରାଞ୍ଚିରୋଡ ରାସ୍ତା ପାର୍ଶ୍ବ ରେ ପାଉଁଶ ଡମ୍ପିଂ ହେଉଥିବାର ଅଭିଯୋଗ ପରେ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହାର ସର ଜମିନ୍ ତଦନ୍ତ କରାଯାଇ ସଂପୃକ୍ତ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜୋରିମାନା ଆଦାୟ କରାଯାଇ ଥିଲା।
ଆଞ୍ଚଳିକ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ ସୁତ୍ର ରୁ ପ୍ରାପ୍ତ ସୂଚନା ରୁ ଜଣାପଡିଛି ଯେ ଭୂଷଣ ଷ୍ଟିଲ କାରଖାନା ରୁ ବାର୍ଷିକ ୧୨ ଲକ୍ଷ ୪ହଜାର୫ଶହ ଟନ୍ ଫ୍ଲାଇ ଆଶ୍ ନିର୍ଗତ ହେଉଥିବା ବେଳେ ଆଦିତ୍ଯ ଆଲୁମିନିୟମ କାରଖାନା ରୁ ବାର୍ଷିକ ୧୮ଲକ୍ଷ ୨୫ ହଜାର ଟନ୍ ଫ୍ଲାଇ ଆଶ୍ ନିର୍ଗତ ହେଉଛି। ଆର୍ୟନ୍ ଇସ୍ପାତ ରୁ ୨୦ ହଜାର ୭ଶହ ୩୬ ଟନ୍।ଶ୍ୟାମ୍ ମେଟାଲିକ୍ସ ଏଣ୍ଡ ଏନାର୍ଜି ରୁ ୧୪ ହଜାର ୪ଶହ ୬୮ ଟନ୍ ଏବଂ ବିରାଜ୍ ଷ୍ଟିଲ କାରଖାନା ରୁ ବାର୍ଷିକ ୬୨ ହଜାର ଟନ୍ ପାଉଁଶ ନିର୍ଗତ ହେଉଛି। ଶ୍ୟାମ୍ ମେଟାଲିକ୍ସ ଏଣ୍ଡ୍ ଏନାର୍ଜି ରୁ ନିର୍ଗତ ପାଉଁଶ ପଥର କ୍ବାରି ର ଖାଲ ଫିଲିଂ ଏବଂ ରାସ୍ତା ନିର୍ମାଣ କାମ ରେ ବିନିଯୋଗ ହେଉଛି ବୋଲି ପ୍ରାପ୍ତ ସୂଚନା ରୁ ପ୍ରକାଶ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL