ଓଡ଼ିଶା

ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ PEOଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

କେନ୍ଦୁଝର: ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ୍ PEO। ଆନନ୍ଦପୁର ହାଟଡ଼ିହି ବ୍ଲକ୍ PEO ଜିତେନ୍ଦ୍ର ଜେନାଙ୍କ ବିରୋଧରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୬ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ। ତାଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢାଉ କରାଯାଇଛି। କେନ୍ଦୁଝର ଓ ବାଲେଶ୍ୱରର ଭିଜିଲାନ୍ସ ଟିମ ମିଳିତଭାବେ ଚଢାଉ କରିଛନ୍ତି।

ବସନ୍ତିଆସ୍ଥିତ ଘର ଓ ବ୍ୟବସାୟ ପ୍ରତିଷ୍ଠାନରେ ଚଢ଼ାଉ ଚାଲିଛି । ୪ ଜଣ ଡିଏସପି ଓ ୮ ଜଣ ଇନସପେକ୍ଟରଙ୍କୁ ନେଇ ରେଡ କରାଯାଉଛି । ଚଣ୍ଡିବିରଞ୍ଚିପୁରରେ ୩ ତାଲା ଘର, ବସନ୍ତିଆଠାରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଗୃହ, ବିଦ୍ୟାଧରପୁରରେ ଥିବା ଇଲେକ୍ଟ୍ରୋନିକ ଦୋକାନ, ପଢିଆରିପଲ୍ଲୀରେ ସମ୍ପର୍କୀୟଙ୍କ ଘର ଓ ପଞ୍ଚାୟତ କାର୍ଯ୍ୟାଳୟରେ ଏକକାଳୀନ ରେଡ ଚାଲିଛି । ସେହିପରି ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ମଧ୍ୟ ଚଢାଉ ଜାରି ରହିଛି।

ଜିତେନ୍ଦ୍ର ଜେନାଙ୍କର ୬ଟି ପ୍ଲଟ୍ -ହାଟଡ଼ିହିର ବିରଞ୍ଚିପୁରରେ ୩ଟି ଓ ବସନ୍ତିଆରେ ୩ଟି ଦାମୀ ପ୍ଲଟ୍ ଠାବ ହୋଇଛି। ବଞ୍ଚୋ ପଞ୍ଚାୟତ ଅଫିସ୍ ସମେତ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ୍‌ ପରେ ଠାବ ହୋଇଛି ଏହି ସବୁ ସମ୍ପତ୍ତି। ବିରଞ୍ଚିପୁର ଘର ସମେତ ପତ୍ନୀଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢାଉ କରିଛି।ବିରଞ୍ଚିପୁରରେ ୩ ମହଲା କୋଠା ଓ ବସନ୍ତିଆରେ ୨ ମହଲା ମାର୍କେଟ୍ କମ୍ପ୍ଲେକ୍ସ, ବିଦ୍ୟାଧରପୁରରେ ଇଲେକ୍ଟ୍ରୋନିକ୍ସ ଦୋକାନ ଓ ବସନ୍ତିଆରେ ୨ଟି ଗୋଦାମ ଠାବ ହୋଇଛି। ୧୦୦ ଗ୍ରାମ୍ ସୁନା, ଗୋଟିଏ ଦାମୀ କାର୍ ଓ ୨ଟି ଦୁଇଚକିଆ ଠାବ ହୋଇଛି। ୧୯୯୫ରେ ପଞ୍ଚାୟତ ସମ୍ପାଦକ ଭାବେ ମାସିକ ୨୨ ଶହ ଟଙ୍କାରେ ଚାକିରି ଆରମ୍ଭ କରିଥିଲେ ଜିତେନ୍ଦ୍ର ଜେନା।

aduser

About Author

LOKA SAMACHAR @2026. All Rights Reserved || Developed By CBSPL