ଓଡ଼ିଶା

କୋଟିଆର ସୀମାନ୍ତ ଗ୍ରାମରେ ଆନ୍ଧ୍ର ପୋଲିସର ଉପସ୍ଥିତିକୁ କୋରାପୁଟ ବିଧାୟକଙ୍କ ବିରୋଧ

ପଟ୍ଟାଙ୍ଗି: କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅନ୍ତର୍ଗତ କୋଟିଆ ପଞ୍ଚାୟତକୁ ନେଇ ବିବାଦ ବଢିବାରେ ଲାଗିଛି । କୋଟିଆର ସୀମାନ୍ତ ଗ୍ରାମରେ ଆନ୍ଧ୍ର ପୋଲିସର ଉପସ୍ଥିତିକୁ କୋରାପୁଟ ବିଧାୟକ ରଘୁରାମ ମାଛ ବିରୋଧ କରିଛନ୍ତି। ଓଡ଼ିଶାର ସୀମାନ୍ତ ଗ୍ରାମକୁ କୌଣସି କାମରେ ଆସିବାକୁ ହେଲେ ଓଡ଼ିଶା ସରକାର କିମ୍ବା କୋରାପୁଟ ପ୍ରଶାସନର ଅନୁମତି ନେବାକୁ ସେ ଆନ୍ଧ୍ର ପୋଲିସକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି। ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, କୋରାପୁଟ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ମାଛଙ୍କ ସହ ଦଳର ପୂର୍ବତନ ଜିଲା ସଭାପତି ସୁମନ୍ତ ପ୍ରଧାନ ଓ ଚୈତନ୍ୟ ନନ୍ଦିବାଲି ପ୍ରମୁଖ କୋଟିଆ ପଞ୍ଚାୟତ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ସେମାନେ ପଞ୍ଚାୟତର ସୀମାନ୍ତ ଗ୍ରାମ ଫାଟୁସିନେରୀ ଅଭିମୁଖେ ଯାଉଥିଲେ। ଫାଟୁସିନେରୀ ପୂର୍ବରୁ ପଡ଼ୁଥିବା ମାଡକାର ଗ୍ରାମରେ ଆନ୍ଧ୍ର ପୋଲିସର କିଛି କର୍ମଚାରୀଙ୍କୁ ସେମାନେ ଦେଖିଥିଲେ। ସେଠାରେ କୋଟିଆ ପଞ୍ଚାୟତ ପାଇଁ ନିଯୁକ୍ତ ଆନ୍ଧ୍ର ପୋଲିସ ଅଧିକାରୀ ପି. ରାମକୃଷ୍ଣଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ। ଆନ୍ଧ୍ର ପୋଲିସକୁ ଦେଖି ବିଧାୟକ ରଘୁରାମ ମାଛ ବାରମ୍ବାର ଏଠାକୁ ଆସି ବିବାଦ ବଢ଼ାଉଥିବା ନେଇ ପ୍ରଶ୍ନ କରିଥିଲେ। ଓଡ଼ିଶାର ସୀମାନ୍ତ ଗ୍ରାମରେ କୌଣସି କାମ ଥିଲେ ଓଡ଼ିଶା ସରକାର କିମ୍ବା କୋରାପୁଟ ପ୍ରଶାସନର ଅନୁମତି ନେଇ ଆସିବାକୁ ସେ କହିଥିଲେ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL