ଓଡ଼ିଶା

ଦୁଇ ଗୋ-ଚାଲାଣକାରୀଙ୍କୁ ଆଜୀବନ ଜେଲ ଓ ୫ ଲକ୍ଷ ଲେଖାଏଁ ଜରିମାନା

ଆଠଗଡ଼ : ଗୋ-ଚାଲାଣକାରୀଙ୍କୁ ଦଣ୍ଡାଦେଶ । ଆଠଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ରାଜ କୁମାର ଦାସ ଏକ ବେଆଇନ ଗୋ-ଚାଲାଣ ମାମଲାର ବିଚାର କରି ଦୁଇ ଜଣ ଗୋ-ଚାଲାଣକାରୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାସହିତ ଉଭୟଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତଙ୍କ ଦ୍ୱାରା ଦଣ୍ଡିତ ଦୁଇ ଦୋଷୀ ହେଲେ ତିଗିରିଆ ଥାନା କରଡ଼ାପଲ୍ଲୀର ସକିଲ୍ ଖାନ୍ ଓ ବଡ଼ମ୍ବା ଥାନା ଅଞ୍ଚଳର ତଜୁଦ୍ଦିନ୍ ଖାନ୍ । ପୂର୍ବରୁ ସକିଲ ବିରୋଧରେ ଏନଏସଏ ଜାରି ହୋଇଛି ।

ଖବର ଅନୁଯାୟୀ, ତିଗିରିଆ ପୋଲିସ ରାତ୍ରକାଳୀନ ପାଟ୍ରୋଲିଂ କରୁଥିବା ବେଳେ ୨୦୨୫ ମେ ୨୫ ତାରିଖରେ ଏହି ଘଟଣା ଘଟିଥିଲା । ଖୁଣ୍ଟୁଣୀ-ନରସିଂହପୁର ୬୫ ନଂ ରାଜ୍ୟ ରାଜପଥ ତିଗିରିଆ ଶାସନ ଛକରେ ଏକ ନମ୍ବର ବିହୀନ ବୋଲେରୋ ଗାଡ଼ିକୁ ପାଟ୍ରୋଲିଂ ଟିମ୍ ସନ୍ଦେହରେ ଅଟକାଇଥିଲା । ହେଲେ ବୋଲେରୋ ଗାଡ଼ି ଟି ଉକ୍ତ ଗାଡ଼ିକୁ ସୁରକ୍ଷା ଦେଉଥିବା ଦୁଇଟି ବାଇକ୍ ଏହି ଘଟଣାରେ ପୋଲିସ ସକିଲ ଖାନ ଓ ତାଜୁଦ୍ଦିନ ଖାନ ସମେତ ଅନ୍ୟ ତିନିଜଣଙ୍କ ବିରୋଧରେ ତିଗିରିଆ ଥାନାରେ ୯୨/୨୦୨୫ରେ ଏକ ମାମଲା ତଜୁଦ୍ଦିନ୍ ସକିଲ୍ ଅଟକିନଥିଲେ । ପରେ ପୋଲିସ ଟିମ୍ ଗାଡ଼ି ଓ ଦୁଇ ବାଇକ୍କୁ ଅଟକାଇବାରୁ ପୁଲିସ ଓ ଅଭିଯୁକ୍ତ ଯୁବକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏଥିରେ ଜଣେ ପୁଲିସ କର୍ମଚାରୀ ଆହତ ହୋଇଥିଲେ । ରୁଜୁ କରିଥିଲା । ପରେ ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଅଭିଯୁକ୍ତଙ୍କ ବିରୋଧରେ ଅନୁରୂପ ଭାବେ କଟକ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଥିଲା।

ଶନିବାର ଏହି ମାମଲାର ବିଚାର କରି ଅଦାଲତ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯ରେ ଉଭୟଙ୍କୁ ୧୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଏବଂ ଧାରା ୧୧୧(୨)ବି ଅନୁସାରେ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ସରକାରଙ୍କ ତରଫରୁ ଆଇନଜୀବୀ ଦେବାଶିଷ ସିଟ୍ ଓ ସୁଶାନ୍ତ କୁମାର ମିଶ୍ର ମାମଲା ପରିଚାଳନା କରିଥିଲେ ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL