ଓଡ଼ିଶା

ଛାତ୍ରୀ ଗଣଦୁଷ୍କର୍ମ: ରେଡ୍‌ ଫ୍ଲାଗ୍ କଲା କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅଞ୍ଚଳରେ ଘଟିଥିବା ୭ମ ଶ୍ରେଣୀ ଛାତ୍ରୀ ବଳାତ୍କାର ଘଟଣାକୁ ଗୁରୁତର ସହ ନେଇ ରେଡ୍‌ ଫ୍ଲାଗ୍‌ ଅନ୍ତର୍ଭୁକ୍ତ କରିଛି କ୍ରାଇମବ୍ରାଞ୍ଚ। ଜଣେ ସିନିୟର ଅଫିସରଙ୍କ ତତ୍ତ୍ଵାବଧାନରେ ତଦନ୍ତର ଅନୁଧ୍ୟାନ ହେବ। ଏବଂ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ସ୍ୱତନ୍ତ୍ର ପିପି ନିୟୋଜିତ କରାଯିବ। ସେପଟେ ରାଜକନିକା ଥାନା ପୁଲିସ୍ ଏହି ଘଟଣାରେ ସମ୍ପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଓଳାଭର ସ୍ଥିତ ଅକ୍ସଫୋର୍ଡ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶିକ୍ଷକ ଚନ୍ଦନ କୁମାର ପୃଷ୍ଟି (୩୭), ବିଶ୍ୱରଞ୍ଜନ ସାହୁ (୩୧), ରଶ୍ମିକାନ୍ତ ବିଶ୍ୱାଳ (୪୭), ମିନତୀ ବାଇ (୩୪) ଓ ପିଅନ ରଶ୍ମିରଞ୍ଜନ ରଣା (୩୨)।

ଅଭିଯୁକ୍ତ ଶିକ୍ଷକମାନଙ୍କୁ ପୁଲିସ ଜେରା କରିବା ବେଳେ ଜାଣିବାକୁ ପାଇଛି ଯେ ଏମାନେ ଗତ ୪ ବର୍ଷ ଧରି ଛାତ୍ରୀଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଉଥିଲେ। ଏ ନେଇ ଛାତ୍ରୀ ଜଣକ ବିଦ୍ୟାଳୟର ଅଧ୍ୟକ୍ଷାଙ୍କୁ ଜଣାଇଥିଲେ। ହେଲେ ସ୍କୁଲ ପ୍ରିନ୍‌ସିପାଲ ଏହାକୁ ଗୁରୁତ୍ୱ ଦେଉ ନଥିଲେ। ଅଭିଯୁକ୍ତ ଶିକ୍ଷକମାନେ ଛାତ୍ରୀଙ୍କୁ ଧମକ ଦେଉଥିଲେ ଘଟଣା ସମ୍ପର୍କରେ କାହାକୁ ନ କହିବା ପାଇଁ। ଯଦି କାହାକୁ ଘଟଣା ସମ୍ପର୍କରେ କହିବେ ତେବେ ଛାତ୍ରୀଙ୍କ ସାନ ଭାଇ ଓ ତାକୁ ଜୀବନରୁ ମାରିଦେବେ। ଫଳରେ ଛାତ୍ରୀ ଜଣକ ନିରବ ରହୁଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ଶନିବାର କେନ୍ଦ୍ରାପଡ଼ା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ, ଜିଲା ପୁଲିସ ମୁଖ୍ୟାଳୟ ଡିଏସ୍‌ପି ସରୋଜ ସାହୁ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL