ଓଡ଼ିଶା

ନବ ଦାସ ହତ୍ୟା: ପିଏସ୍‌ଓଙ୍କ ସାକ୍ଷ୍ୟ ଗ୍ରହଣ

ଝାରସୁଗୁଡା: ନବ ଦାସ ହତ୍ୟା ମାମଲାରେ ପିଏସ୍‌ଓ ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ ହୋଇଛି। ଝାରସୁଗୁଡ଼ା ଏଡିଜେରେ ପିଏସଓ ମିତ୍ରଭାନୁ ଦେଓ ସାକ୍ଷ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି ମୁଁ ଗୁଳିମାଡ଼ ଦେଖିନି। ନବ ଦାସଙ୍କ ଗାଡ଼ିରେ ବସି ନଥିଲି, ମୁଁ ପଛ ଗାଡ଼ିରେ ବସିଥିଲି। ଯେତେବେଳେ ବାଣ ଫୁଟିବା ଭଳି ଶବ୍ଦ ହେଲା, ସେତେବେଳେ ମୁଁ ଆସି ଦେଖିଲି ନବ ଦାସ ତଳେ ପଡ଼ି ଯାଇଛନ୍ତି। ନବଙ୍କୁ ଗୁଳିମାଡ଼ କିଏ କରିଛି, ମୁଁ ଦେଖିନି। ସମସ୍ତେ ଗୋପାଳ ଦାସ ଗୁଳି ମାରିଦେଲା ବୋଲି କହିଲେ। ହେଲେ ଗୋପାଳ ଦାସ ଗୁଳି ମାରିବା ସେ ଦେଖି ନାହାନ୍ତି ବୋଲି ଅଦାଲତଙ୍କୁ ତାଙ୍କ ବୟାନରେ କହିଥିଲେ।

ପିଏସଓ ମିତ୍ର ଭାନୁ ଦେଓ ନବ ଦାସ ହତ୍ୟାକାଣ୍ଡ ଘଟଣାର ୩୮ ତମ ସାକ୍ଷୀ ରହିଥିବା ବେଳେ ୩୯ ତମ ସାକ୍ଷୀ ଭାବେ ନବ ଦାସ ଯେଉଁ ଗାଡ଼ିରେ ବସିଥିଲେ। ସେହି ଗାଡ଼ିର ପଛରେ ଥିଲେ ଆଶିଷ ସାହୁ। ତାଙ୍କୁ ମଧ୍ୟ ଆଜି ଝାରସୁଗୁଡ଼ା କୋର୍ଟ ୩୯ ତମ ସାକ୍ଷୀ ଭାବେ ଜେରା କରାଯାଇଥିଲା। ସେ ତାଙ୍କ ବୟାନରେ ଗାଡ଼ି ପଛରେ ଥିବାରୁ କିଏ ଗୁଳି ମାରିଲା ଜଣାପଡ଼ିଲା ନାହିଁ। କିନ୍ତୁ ସେ ସମୟରେ ସମସ୍ତେ ଗୋପାଳ ଦାସ ଗୁଳି ମାରିଲା ବୋଲି କହିଥିଲେ। ତାକୁ କାବୁ କରିବାକୁ ତା ପଛରେ ଦୌଡି ଥିଲେ ବୋଲି କହିଥିଲେ। ଗୋପାଳ ଦାସ ଗୁଳି ମାରିଛି କି ନାହିଁ ବୋଲି ଜେରାରେ ସେ ସନ୍ତୋଷ ଜନକ ଉତ୍ତର ଦେଇ ନଥିଲେ ବୋଲି ଏହି ମାମଲାକୁ ପରିଚାଳନା କରୁଥିବା ଗୋପାଳ ଦାସଙ୍କ ଓକିଲ ନରେଶ ନାୟକ କରିଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL