ଜାତୀୟ

ରୁଷିଆରୁ ଭାରତ ତେଲ କିଣିବା ଉପରେ ୨୫% ପେନାଲଟି ହଟାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ୨୫% ରୁଷିଆ ତେଲ ପେନାଲଟି ଶେଷ । ରୁଷିଆରୁ ଭାରତ ତେଲ କିଣିବା ଉପରେ ଲାଗୁ ୨୫% ପେନାଲଟି ହଟାଇଲେ ଟ୍ରମ୍ପ । ଏନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମାରେ ସ୍ୱାକ୍ଷର କରିଛନ୍ତି । ଗତ ଅଗଷ୍ଟରୁ ଭାରତୀୟ ସାମଗ୍ରୀ ଉପରେ ଲାଗୁ ହୋଇଥିବା ୨୫% ଅତିରିକ୍ତ ଟାରିଫକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇଛି । ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ହୋଇଥିବା ବାଣିଜ୍ୟିକ ବୁଝାମଣା ପରେ ଏହି ନିଷ୍ପତ୍ତି ନିଆଯାଇଛ । ପୂର୍ବରୁ କେତେକ ଭାରତୀୟ ସାମଗ୍ରୀ ଉପରେ ମୋଟ ୫୦% ପର୍ଯ୍ୟନ୍ତ ଟ୍ୟାକ୍ସ ଲାଗୁଥିଲା, ଯାହା ଏବେ କମି କେବଳ ୧୮% ହୋଇଯାଇଛି ।

ଏହି ନୂଆ ନିୟମ ଆଜି ମଧ୍ୟରାତ୍ରିରୁ କାର୍ଯ୍ୟକାରୀ ହୋଇଛି । ଭାରତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେବା ପରେ ଅତି ରିକ୍ତ ଟ୍ୟାକ୍ସ ଛାଡ଼ କରାଯାଇଥିବା ଆମେରିକା ପକ୍ଷରୁ କୁହାଯାଇଛି । ଭାରତ ଏବେ ରୁଷିଆଠାରୁ ତେଲ କିଣିବା ବନ୍ଦ କରିବାକୁ ସହମତ ହୋଇଛି । ଆଗାମୀ ୫ ବର୍ଷ ମଧ୍ୟରେ ଭାରତ ଆମେରିକାଠାରୁ ପ୍ରାୟ ୫୦୦ ବିଲିୟନ ଡଲାରର ତେଲ, ଗ୍ୟାସ ଏବଂ ଯୁଦ୍ଧବିମାନ କିଣିବ ।

ଆମେରିକାର ଚାଷୀ ଏବଂ କମ୍ପାନୀମାନେ ଯେପରି ଭାରତରେ ବିନା କୌଣସି ଟ୍ୟାକ୍ସରେ ନିଜ ସାମଗ୍ରୀ ବିକ୍ରି କରିପାରିବେ, ସେଥିପାଇଁ ଭାରତ ସହଯୋଗ କରିବ। ଯଦି ଭାରତ ପୁଣି ରୁଷିଆଠାରୁ ତେଲ କିଣେ, ତେବେ ଆମେରିକା ଏହି ଟ୍ୟାକ୍ସକୁ ପୁନଃ ଲଗାଇ ପାରେ। ପ୍ରଧାନମନ୍ତ୍ରୀ ମୋଦି ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।  ତେବେ ରୁଷିଆରୁ ତେଲ ଆମଦାନୀ ସମ୍ପୂର୍ଣ୍ଣ ବନ୍ଦ ହେବା ନେଇ ଭାରତୀୟ ଅଧିକାରୀମାନେ ସ୍ପଷ୍ଟ ଭାବେ କିଛି କହିନାହାନ୍ତି ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL