ଜାତୀୟ

ମହାଯୁଦ୍ଧ ନେଇ ଆମେରିକାକୁ ଚେତାବନୀ ଦେଲା ଇରାନ

ଇରାନ : ହେବ ମହାଯୁଦ୍ଧ । ଆମେରିକାକୁ ଇରାନର ଚେତାବନୀ । ଇରାନ-ଆମେରିକା ମଧ୍ୟରେ ମହାଯୁଦ୍ଧର ଆଶଙ୍କା । ଖାମେନେଇଙ୍କୁ ଆକ୍ରମଣ କଲେ ହେବ ମହାଯୁଦ୍ଧ ହେବ ବୋଲି ଆମେରିକାକୁ ଖୋଲା ଚେତାବନୀ ଦେଇଛି ଇରାନ । ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ଭୟଙ୍କର ମୋଡ଼ ନେଇଛି । ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ସୁରକ୍ଷାକୁ ନେଇ ଇରାନ ପକ୍ଷରୁ ଆମେରିକାକୁ କଡ଼ା ଚେତାବନୀ ଦିଆଯାଇଛି ।

ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ ସ୍ପଷ୍ଟ କରିଛନ୍ତି ଯେ, ଯଦି ଖାମେନେଇଙ୍କ ଉପରେ କୌଣସି ପ୍ରକାର ଆକ୍ରମଣ ହୁଏ ତେବେ ଏହାକୁ ସମଗ୍ର ଇରାନ ଜାତି ବିରୁଦ୍ଧରେ ଏକ “ପୂର୍ଣ୍ଣକାଳୀନ ଯୁଦ୍ଧ” ବୋଲି ବିଚାର କରାଯିବ । ବିଗତ କିଛି ଦିନ ଧରି ଜାରି ରହିଥିବା ଏହି ରକ୍ତପାତରେ ମୃତ୍ୟୁସଂଖ୍ୟା ଏବେ ୫ ହଜାର ଟପିଛି । ଉଭୟ ପକ୍ଷରୁ ହେଉଥିବା ଆକ୍ରମଣ ଓ ପାଲଟା ଆକ୍ରମଣ ଯୋଗୁଁ ମଧ୍ୟପ୍ରାଚ୍ୟରେ ସ୍ଥିତି ଅତ୍ୟନ୍ତ ସମ୍ବେଦନଶୀଳ ହୋଇପଡ଼ିଛି । ମୃତକଙ୍କ ମଧ୍ୟରେ ବହୁ ସଂଖ୍ୟାରେ ସାଧାରଣ ନାଗରିକ ଥିବା ଜଣାପଡ଼ିଛି ।

ଅନ୍ୟପଟେ ରାଷ୍ଟ୍ରପତି ପେଜେସ୍କିଆନ୍ ‘X’ ରେ ଏକ ପୋଷ୍ଟ କରି ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି । ସେ ଲେଖିଛନ୍ତି, “ଇରାନ ବିରୁଦ୍ଧରେ କରାଯାଉଥିବା ଯେକୌଣସି ଅନ୍ୟାୟ ଆକ୍ରମଣର ଜବାବ ଅତି କଠୋର ଏବଂ ଶକ୍ତ ହେବ, ଯେଉଁଥିପାଇଁ ଶତ୍ରୁ ପକ୍ଷକୁ ଅନୁତାପ କରିବାକୁ ପଡ଼ିବ।” ଖାମେନେଇଙ୍କ ଉପରେ ଆକ୍ରମଣ ହେଲେ ଇରାନ କୌଣସି ବି ସୀମା ଅତିକ୍ରମ କରିବାକୁ ପଛାଇବ ନାହିଁ ବୋଲି ସେ ଚେତାବନୀ ଦେଇଛନ୍ତି । ଏହି ଯୁଦ୍ଧଖୋର ମନୋଭାବ ଯୋଗୁଁ ବିଶ୍ୱ ବଜାରରେ ଅଶୋଧିତ ତୈଳଦର ବୃଦ୍ଧି ହେବାର ଆଶଙ୍କା ଦେଖାଦେଇଛି । ଅନ୍ତର୍ଜାତୀୟ ସମୁଦାୟ ଏହି ସଂଘର୍ଷକୁ ରୋକିବା ପାଇଁ ଶାନ୍ତି ଆଲୋଚନା ଉପରେ ଗୁରୁତ୍ୱ ଦେଉଥିଲେ ମଧ୍ୟ ସ୍ଥିତି ଏବେ ନିୟନ୍ତ୍ରଣ ବାହାରକୁ ଯାଉଥିବା ପରି ମନେହେଉଛି ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL