ଓଡ଼ିଶା

ଜାନୁଆରୀ ୩୧ରେ ଛତିଶଗଡ଼ ଯିବ ରାଜ୍ୟ ସରକାରଙ୍କ ମହାନଦୀ କମିଟି

ଭୁବନେଶ୍ବର: ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ଆଗାମୀ ଜାନୁଆରୀ ୩୧ ଏବଂ ଫେବ୍ରୁଆରୀ ୧ ତାରିଖରେ ଛତିଶଗଡ଼ ଯିବେ ରାଜ୍ୟ ସରକାରଙ୍କ ମହାନଦୀ କମିଟି । ତାପୂର୍ବରୁ ୨୩ ତାରିଖରେ ବସିବ ସର୍ବଦଳୀୟ ବୈଠକ । ଏହି ବୈଠକର ନିଷ୍କର୍ସ ଆଧାରରେ ଛତିଶଗଡ଼ ଯାଇ ପକ୍ଷ ରଖିବେ ସରକାର ।

ଫେବ୍ରୁଆରୀ ୭ ତାରିଖରେ ମହାନଦୀ ଟ୍ରିବ୍ୟୁନାଲର ପରବର୍ତ୍ତୀ ଶୁଣାଣି । ଛତିଶଗଡ ସରକାରଙ୍କ ସହ କଥା ହେବା ପରେ ଟ୍ରିବ୍ୟୁନାଲଙ୍କ ନିକଟରେ ପକ୍ଷ ରଖିବେ ଓଡ଼ିଶା ସରକାର । ମହାନଦୀ କମିଟିର ଦ୍ଵିତୀୟ ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଏହାସହ ୧୨ ମାର୍ଚ୍ଚ ୨୦୧୮ରେ ଗଠନ ହୋଇଥିବା ଟ୍ରିବ୍ୟୁନାଲ ୧୩ ମାର୍ଚ୍ଚରେ ଅବଧି ସରିବ । ଅବଧି ବୃଦ୍ଧି କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ।

ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ରାଜସ୍ବ ମନ୍ତ୍ରୀ, ଆଇନ ମନ୍ତ୍ରୀଙ୍କ ସହ ବିଜେଡି ବିଧାୟକ ନିରଞ୍ଜନ ପୂଜାରୀ କଂଗ୍ରେସ ବିଧାୟିକା ସୋଫିଆ ଫୋର୍ଦ୍ଦୋଶ ଏବଂ ସରକାରୀ ଦଳ ମୁଖ୍ୟ ସଚେତକ ଉପସ୍ଥିତ ସାମିଲ ହୋଇଥିଲେ।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL