ଓଡ଼ିଶା

ନାବାଳକକୁ ଗୁଳିମାଡ: କଟକ ସ୍ଥାନାନ୍ତର

ସମ୍ବଲପୁର: ସମ୍ବଲପୁର ସଦର ଥାନା ଅନ୍ତର୍ଗତ ମିର୍ଗା ମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ଦିବ୍ୟାଂଶୁ ପୁରୋହିତ ନିଜର ଏଆର ବନ୍ଧୁକରେ ଖେଳୁଥିବା ସମୟରେ ଭୁଲରେ ଗୁଳି ଚାଳନା ହୋଇଥିଲା। ନାବାଳକ ଛାତିରେ ଗୁଳି ବାଜିଥିଲା। ନାବାଳକ ଜଣକ ଭଡ଼ାରେ ରହୁଥିଲେ। ଗୁଳିବାଜିବା ପରେ ନାବାଳକଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଅଭିଯୁକ୍ତକୁ ପୁଲିସ ଅଟକ ରଖିବା ସହିତ ଘରୁ କିଛି ସାମଗ୍ରୀ ଜବତ ହୋଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL