ଜାତୀୟ

ବିଜାପୁରରେ ଏନକାଉଣ୍ଟର, ୧୪ ମାଓବାଦୀ ନିପାତ

ବିଜାପୁର: ଭୁଷୁଡ଼ୁଛି ଲାଲଗଡ଼। ୧୪ ମାଓବାଦୀ ନିପାତ। ଛତିଶଗଡ଼ ବିଜାପୁରରେ ବଡ଼ ଧରଣର ଏନ୍ କାଉଣ୍ଟର ହୋଇଛି। କୋଣ୍ଟା କିସ୍ତରାମ ଜଙ୍ଗଲରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ୧୪ ମାଓବାଦୀ। ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ ହୋଇଛି। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଗୁଳିବିନିମୟ ଜାରି ରହିଛି।

ଅଧିକାରୀଙ୍କ ଅନୁଯାୟୀ, ଦକ୍ଷିଣ ସୁକମାରେ ୧୨ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ବିଜାପୁରରେ ଦୁଇଜଣ ନିହତ ହୋଇଛନ୍ତି, ଯେଉଁଠାରେ ସକାଳ ୫ଟାରେ ଏନକାଉଣ୍ଟର ହୋଇଥିଲା। ସୁକମାରେ ନିହତ ମାଓଙ୍କ ମଧ୍ୟରେ କୋଣ୍ଟା ଏରିଆ କମିଟିର ସଚିବ ମାଙ୍ଗଡୁ ମଧ୍ୟ ଅଛନ୍ତି ବୋଲି ପୋଲିସ କହିଛି। ଏହି ଏନକାଉଣ୍ଟର ପରେ କୋଣ୍ଟା ଏରିଆ କମିଟିର ସମସ୍ତ ସଶସ୍ତ୍ର ମାଓବାଦୀଙ୍କୁ ନିଷ୍କ୍ରିୟ କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ସୁକମା ଏସପି କିରଣ ଚୱାନ।

ଗତ ବର୍ଷ ଛତିଶଗଡ଼ରେ ସୁରକ୍ଷାବାହିନୀଙ୍କ ପୃଥକ୍ ପୃଥକ୍ ଏନକାଉଣ୍ଟରରେ ୨୮୫ ଜଣ ନକ୍ସଲ ନିହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ବିଜାପୁର ସମେତ ୭ଟି ଜିଲ୍ଲାକୁ ନେଇ ଗଠିତ ବସ୍ତର ଡିଭିଜନରେ ୨୫୭ ଜଣଙ୍କୁ ନିପାତ କରାଯାଇଥିଲା । ରାୟପୁର ଡିଭିଜନରେ ଥିବା ଗରିଆବନ୍ଦ ଜିଲ୍ଲାରେ ୨୭ ଜଣ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ ।

 

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL