ଜାତୀୟ

ଠାକରେ ଭ୍ରାତାଙ୍କୁ ଏକାଠି କଲା BMC ନିର୍ବାଚନ, ମେଣ୍ଟ ଘୋଷଣା କଲେ ଶିବସେନା(ୟୁବିଟି) ଓ ଏମଏନଏସ୍

ଶିବତୀର୍ଥ ୨୪।୧୨: ମହାରାଷ୍ଟ୍ରରେ ବାଲାସାହେବ ଠାକରେଙ୍କ ଶିବସେନା ପୁଣି ଥରେ ମଜଭୁତ ହେବାକୁ ଯାଉଛି। ବାଲ ଠାକରେଙ୍କ ଉତ୍ତରାଧିକାରୀ ତାଙ୍କ ପୁଅ ଉଦ୍ଧବ ଠାକରେ ଓ ପୁତୁରା ରାଜ ଠାକରେ ପାଖାପାଖି ୨୦ ବର୍ଷ ପରେ ପୁଣି ଏକାଠି ହୋଇଛନ୍ତି। ୨୦୨୬ ବୃହନ୍ମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) ନିର୍ବାଚନ ପୂର୍ବରୁ ଶିବସେନା (ୟୁବିଟି) ଓ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ମେଣ୍ଟ ଘୋଷଣା କରିଛନ୍ତି। ଉଭୟ ଦଳର ନେତା ଓ କାର୍ଯ୍ୟକର୍ତ୍ତା ଦୀର୍ଘ ସମୟରୁ ଏହି ଘୋଷଣାକୁ ଅପେକ୍ଷା କରିଥିଲେ। ଏଥିରେ ହୋଇଥିବା ମେଣ୍ଟ ଦୁଇ ଦେଶର କର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଖୁସିର ପରିବେଶ ସୃଷ୍ଟି କରିଛି।

ଉଦ୍ଧବ ଠାକରେ ଓ ରାଜ ଠାକରେ ଶିବତୀର୍ଥରେ ଏକ ସାମ୍ବାଦିକ ସମ୍ମିଳନୀ କରି ମେଣ୍ଟ ଘୋଷଣା କରିଛନ୍ତି। ଏଣୁ ଦୁଇ ଦଳର ନେତା ଏବେ ଏକ ଐତିହାସିକ ଅଧ୍ୟାୟ ଆରମ୍ଭ ହୋଇଥିବା କହିଛନ୍ତି। ଏହି ମେଣ୍ଟ ଘୋଷଣା ଏକ ଭାବନାତ୍ମକ ପରିବେଶ ସୃଷ୍ଟି କରିଛି। ଶିବସେନା(ୟୁବିଟି) ଓ ମନସେର ଅନେକ କାର୍ଯ୍ୟକର୍ତ୍ତା ଅଛନ୍ତି ଯେଉଁମାନଙ୍କ ବୟସ ୮୦-୯୦ ବର୍ଷ ମଧ୍ୟରେ। ସେମାନେ ବାଲାସାହେବ ଠାକରେଙ୍କ ସମୟରୁ ଶିବସେନାର ସମର୍ଥକ। ମେଣ୍ଟ ଘୋଷଣା ସେମାନଙ୍କ ଆଖିରେ ଅଶ୍ରୁ ଭରି ଦେଇଛି।

ଉଦ୍ଧବ ଗୋଷ୍ଠୀ ସାଂସଦ ସଞ୍ଜୟ ରାଉତ କହିଛନ୍ତି ‘ଆଜିର ଦିନ ମରାଠୀ ମାନୁଷ ଲାଗି ମଙ୍ଗଳମୟ’। ସେ କହିଛନ୍ତି ମୋତେ ସେହି ଦିନ ମନେ ପଡି ଯାଉଛି ଯେଉଁଦିନ ସଂଯୁକ୍ତ ମହାରାଷ୍ଟ୍ରର ମଙ୍ଗଳ କଳଶ ଆସିଥିଲା। ଆଜି ମଧ୍ୟ ରାଜ ଓ ଉଦ୍ଧବ ଠାକରେ ମରାଠୀ ମାନୁଷ ଲାଗି ମଙ୍ଗଳ କଳଶ ନେଇଆସିଛନ୍ତି। ତେବେ ସବୁଠୁ ଖାସ କଥା ଯାହା ତାହା ହେଉଛି ଏହି ମେଣ୍ଟ ଘୋଷଣା ବାଲ ଠାକରେଙ୍କ ପୋଷ୍ଟର ତଳେ ହୋଇଛି। ଏହି ପୋଷ୍ଟରରେ ନା ତ ଉଦ୍ଧବ ଠାକରେଙ୍କ ଫଟୋ ରହିଛି ନା ରାଜ ଠାକରେଙ୍କର। ଏଥିରେ ଦୁଇ ପାର୍ଟିର ସଂକେତ ସହ ବାଲାସାହେବ ଠାକରେଙ୍କ ଫଟୋ ରହିଛି।

ଉଦ୍ଧବ ଠାକରେ ଓ ରାଜ ଠାକରେ ମେଣ୍ଟ ଘୋଷଣା କରିବା ସହିତ ଶିବ ସେନା (ୟୁବିଟି) ନେତା କଂଗ୍ରେସ ବି ତାଙ୍କ ସହ ଆସୁ ଓ ଶରଦ ପାୱାରଙ୍କ ଏନସିପି (ଶରଦ) ମଧ୍ୟ ସେମାନଙ୍କ ସହ ରହୁ ବୋଲି ଆଶା ପୋଷଣ କରିଛନ୍ତି। ଏଥିରେ ସଞ୍ଜୟ ରାଉତ କହିଛନ୍ତି ମେଣ୍ଟ ହେଉ କି ମହାମେଣ୍ଟ ଏଥିରେ ସବୁବେଳେ ମନ ଚାହୁଁଥିବା କଥା ହୋଇ ନଥାଏ। ବ୍ୟକ୍ତି ପ୍ରେମରେ ନ ପଡି ଆସନ ବଣ୍ଟାକୁଣ୍ଟା କରିବାକୁ ହୋଇଥାଏ। ଏଥିରେ ଯିଏ ଜିତି ପାରିବ ତାଙ୍କୁ ସିଟ୍ ମିଳୁ, ଏହି ଆଧାରରେ ଆସନ ବଣ୍ଟାକୁଣ୍ଟା ହେଉ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL