ଓଡ଼ିଶା

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା, କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ହେବ ତଦନ୍ତ

ଭୁବନେଶ୍ବର: ସହିଦନଗର ଗଣଦୁଷ୍କର୍ମ ମାମଲା ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହୋଇଛି। କ୍ରାଇମବ୍ରାଞ୍ଚ ଏହି ଘଟଣାରେ ପୁଲିସକୁ ତଦନ୍ତରେ ସହଯୋଗ କରିବ। ରାଜଧାନୀରେ ପୁଣି ଜଣେ ନାବାଳିକାଙ୍କୁ ଗଣବଳାତ୍କାର ହୋଇଛି। କ୍ରାଇମବ୍ରାଞ୍ଚ ଡିଜିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ତଦନ୍ତ କରାଯିବ। ସୂଚନାଯୋଗ୍ୟ, ଡାଟା ଏଣ୍ଟ୍ରି ଅପରେଟର ଚାକିରି ଦେବାକୁ କହି ନାବାଳିକାଙ୍କୁ ଅଭିଯୁକ୍ତ ଭୁବନେଶ୍ବର ଡାକିଥିଲେ। ଗତ ୧୮ ତାରିଖରେ ନାବାଳିକା ପହଞ୍ଚିବା ପରେ ଅଭିଯୁକ୍ତଦ୍ବୟ ତାଙ୍କୁ ଭଡ଼ାରେ ରହୁଥିବା ଘରକୁ ନେଇ ଯାଇଥିଲେ।

ସେଠାରେ ଗଣବଳାତ୍କାର କରିଥିଲେ। ପୀଡ଼ିତାଙ୍କୁ ସାଙ୍ଗରେ ନେଇ ଆସିଥିବା ଯୁବକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ଅଭିଯୁକ୍ତଙ୍କ କବଳରୁ ଖସି ଆସିବା ପରେ ପୀଡ଼ିତା ୧୯ ତାରିଖରେ ସହିଦନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ତାଙ୍କ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ସାଇଣ୍ଟିଫିକ୍ ଦଳ ସହ ଘଟଣାର ତଦନ୍ତ କରିଥିଲା। ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିବା ସହ ଏକ ମାମଲା ରୁଜୁ କରି ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଶନିବାର ଅଦାଲତ ଚାଲାଣ କରିଛି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL