ଜାତୀୟ

ଅଗ୍ନିବୀରଙ୍କୁ ଆଶ୍ବସ୍ତି, ସୀମା ସୁରକ୍ଷା ବଳ ନିଯୁକ୍ତିରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା

ନୂଆଦିଲ୍ଲୀ : ଅଗ୍ନିବୀର ଯବାନଙ୍କୁ ବଡ଼ ଆଶ୍ବସ୍ତି । ସୀମା ସୁରକ୍ଷା ବଳ (BSF) କନଷ୍ଟେବଳ ନିଯୁକ୍ତିରେ ପୂର୍ବତନ ଅଗ୍ନିବୀରଙ୍କ ପାଇଁ କୋଟାକୁ ୧୦ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି କରିଛି । ମନ୍ତ୍ରଣାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ବିଜ୍ଞପ୍ତି ଅନୁଯାୟୀ, ସୀମା ସୁରକ୍ଷା ବାହିନୀ, ଜେନେରାଲ ଡ୍ୟୁଟି କ୍ୟାଡର (Non-Gazetted) ନିଯୁକ୍ତି ନିୟମ, ୨୦୧୫ରେ ସଂଶୋଧନ ମାଧ୍ୟମରେ ଏହି ବୃଦ୍ଧି କରାଯାଇଛି।

ପ୍ରଥମ ବ୍ୟାଚର ପୂର୍ବତନ ଅଗ୍ନିବୀରମାନେ ବୟସ ସୀମାରେ ୫ବର୍ଷ ପର୍ଯ୍ୟନ୍ତ ଛାଡ଼ ପାଇବେ, ଯେତେବେଳେ ଅନ୍ୟ ପୂର୍ବତନ ଅଗ୍ନିବୀରମାନେ ୩ବର୍ଷ ପର୍ଯ୍ୟନ୍ତ ଛାଡ଼ ପାଇବେ। ଏହି ନିଷ୍ପତ୍ତି ପୂର୍ବତନ ଅଗ୍ନିବୀରମାନଙ୍କୁ ସୁରକ୍ଷା ବାହିନୀରେ କ୍ୟାରିଅର ଗଢ଼ିବା ପାଇଁ ଏକ ବଡ ସୁଯୋଗ ପ୍ରଦାନ କରିବ ଏବଂ ସେମାନଙ୍କ ପାଇଁ ସରକାରୀ ଚାକିରିରେ ଯୋଗଦାନ ପାଇଁ ପଥ ପ୍ରଶସ୍ତ କରିବ।

ବିଜ୍ଞପ୍ତିରେ କୁହାଯାଇଛି ଯେ ପ୍ରଥମ ପର୍ଯ୍ୟାୟରେ, ପୂର୍ବତନ ଅଗ୍ନିବୀରମାନଙ୍କ ପାଇଁ ସଂରକ୍ଷିତ ଖାଲି ପଦବୀର ୫୦ ପ୍ରତିଶତ ପାଇଁ ନିଯୁକ୍ତି କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ, ଷ୍ଟାଫ୍ ସିଲେକ୍ସନ୍ କମିଶନ ପୂର୍ବତନ ଅଗ୍ନିବୀରମାନଙ୍କ ବ୍ୟତିତ ବାକି ୪୭ ପ୍ରତିଶତ(ଯାହା ମଧ୍ୟରେ ଦଶ ପ୍ରତିଶତ ପୂର୍ବତନ ସୈନିକ ଅଛନ୍ତି) ଖାଲି ପଦବୀ ପାଇଁ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେବ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL