ଓଡ଼ିଶା

କାନ୍ଥ ପଡ଼ି ଶିଶୁ ମୃତ

ଉମରକୋଟ: କାନ୍ଥ ପଡ଼ି ଚାଲିଗଲା ଶିଶୁର ଜୀବନ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ଅନ୍ତର୍ଗତ କମାବନ୍ଧ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ଜଣେ ୪ ବର୍ଷର ଶିଶୁ। ଅନ୍ୟ ୨ ଜଣ ଶିଶୁ ଏଥିରେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଉମରକୋଟ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସା​‌ରେ, ୩ ଜଣ ଶିଶୁ ଗୁରୁବାର ଘର ବାରଣ୍ଡାରେ ଖେଳୁଥିଲେ। ନିକଟରେ ଥିବା ଏକ କାନ୍ଥ ସେମାନଙ୍କ ଉପରେ ଭୁଶୁଡ଼ି ପଡ଼ିଥିଲା। ପରିବାର ଲୋକେ ଏବଂ ଗ୍ରାମବାସୀ ତୁରନ୍ତ କାନ୍ଥ ତଳୁ ପିଲାମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଜଣେ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଥିଲେ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL