ଓଡ଼ିଶା

ବାରବାଟୀ ମ୍ୟାଚ୍‌ ପାଇଁ କାଲିଠୁ ଅନଲାଇନ୍ ଟିକେଟ୍ ବିକ୍ରି

କଟକ : ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଆନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ଡିସେମ୍ବର ୯ ତାରିଖରେ ମ୍ୟାଚ୍‌ ଅନୁଷ୍ଠିତ ହେବ। ଓଡିଶା ସରକାର ଏବଂ ଓଡିଶା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ସମସ୍ତ ବ୍ୟବସ୍ଥାକୁ ତ୍ରୁଟିମୁକ୍ତ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଆସନ୍ତାକାଲିଠାରୁ ମ୍ୟାଚ୍‌ ପାଇଁ ଅନଲାଇନରେ ଟିକେଟ୍ ବିକ୍ରି ଆରମ୍ଭ ହେବ। ଏ ନେଇ ଓସିଏ ସମ୍ପାଦକ ସଞ୍ଜୟ ବେହେରା ପ୍ରେସ୍‌ମିଟ୍ ଜରିଆରେ ସୂଚନା ଦେଇଛନ୍ତି। ଅନଲାଇନ୍ ରେ କେବଳ ଦୁଇ ହଜାର ଟିକେଟ୍ ବିକ୍ରି କରାଯିବ। ଏଥର ୪୨ ହଜାର ଦର୍ଶକ ମ୍ୟାଚ୍ ଦେଖି ପାରିବେ। ୨୩ ହଜାର ଟିକେଟ୍ ବିକ୍ରି ହେବ। ୧୮ ହଜାର ୪୦୦ କମ୍ପ୍ଲିମେଣ୍ଟାରୀ ପାସ୍‌ ହୋଇଛି।

୫ ତାରିଖରୁ ଅଫଲାଇନ୍ ରେ ଟିକେଟ୍ ବିକ୍ରି ହେବା ନେଇ ସୂଚନା ରହିଛି। ଅଫଲାଇନ୍ ରେ କେବଳ ଦୁଇ ହଜାର ଟିକେଟ୍ ବିକ୍ରି କରାଯିବ। ଅଫଲାଇନ୍‌ରେ ଟିକେଟ୍‌ କାଉଣ୍ଟର​‌ରେ ମହିଳା ଓ ପୁରୁଷଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଟିକେଟ୍‌ କିଣିବା ପାଇଁ ରାତିରୁ ଲାଇନ ନ ଲଗାଇବାକୁ ଅନୁରୋଧ କରାଯାଇଛି। ଗତ ମ୍ୟାଚ୍‌ର ଟିକେଟ୍ ବିଭ୍ରାଟକୁ ଦେଖି ଏଥର ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL