ଜାତୀୟ

ଆତ୍ମସମର୍ପଣ କଲେ ୧୫ ମାଓବାଦୀ

ମୁମ୍ବାଇ: ଦିନକୁ ଦିନ ଭୁଶୁଡ଼ୁଛି ମାଓଗଡ଼। ମହାରାଷ୍ଟ୍ର ଗଡ଼ଚିରୋଲି ଜିଲ୍ଲାରେ ପୁଣି ଆତ୍ମସମର୍ପଣ କଲେ ଆଉ ୧୫ ମାଓବାଦୀ। ଆଇଏମ୍‌ଏମ୍‌ସି ପ୍ରବକ୍ତା ଅନନ୍ତ ଓରଫ ବିକାଶ ନାଗପୁର ସମେତ ୧୫ ହାର୍ଡକୋର୍ ମାଓବାଦୀ ଆତ୍ମ ସମର୍ପଣ କରିଛନ୍ତି। ସମସ୍ତଙ୍କ ମୁଣ୍ଡରେ ମୋଟ ୯୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିବା ବେଳେ ଅନନ୍ତ ନାଁରେ ୨୪ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ଥିଲା। ଏମାନଙ୍କଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରାଯାଇଛି। ତେବେ ଗତ ଫେବ୍ରୁଆରୀରେ ଅନନ୍ତ ଆତ୍ମସମର୍ପଣ କରିବ ବୋଲି ଘୋଷଣା କରିଥିଲେ ।

ଅନ୍ୟପଟେ ମଧ୍ୟପ୍ରଦେଶ-ମହାରାଷ୍ଟ୍ର-ଛତିଶଗଡ ସ୍ପେଶାଲ ଜୋନାଲ କମିଟି ନକ୍ସଲ ସଙ୍ଗଠନର ଶତାଧିକ ମାଓବାଦୀ ସରକାରଙ୍କ ନିକଟରେ ଆତ୍ମସମର୍ପଣ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ଏମ୍‌ଏମ୍‌ସି ମୁଖପାତ୍ର ତଥା ମାଓନେତା ଅନନ୍ତଙ୍କ ପକ୍ଷରୁ ଏକ ଚିଠି ଜାରି କରାଯାଇଛି। ସେଥିରେ ସେ ଲେଖିଛନ୍ତି ସଙ୍ଗଠନର ଶତାଧିକ ସଦସ୍ୟ ଆସନ୍ତା ଜାନୁଆରୀ ୧ରେ ଆତ୍ମସମର୍ପଣ କରିବେ। ତେଣୁ ବର୍ତ୍ତମାନ ଜାରି ରହିଥିବା ନକ୍ସଲ ଦମନ ଅଭିଯାନକୁ ସେ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସେ ଛତିଶଗଡ଼ ସରକାରଙ୍କ ନିକଟରେ ଅପିଲ କରିଛନ୍ତି।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL