ଜାତୀୟ

କାନାଡାରେ କପିଲଙ୍କ କାଫେରେ ଗୁଳିକାଣ୍ଡ; ଦିଲ୍ଲୀରୁ ସୁଟର ଗିରଫ

ନୂଆଦିଲ୍ଲୀ: କାନାଡାରେ କପିଲ ଶର୍ମାଙ୍କ କେଏପିସ୍ କାଫେରେ ଗୁଳିକାଣ୍ଡରେ ସମ୍ପୃକ୍ତ ମୁଖ୍ୟ ସୁଟର ବନ୍ଧୁ ମାନ ସିଂହ ସେଖୋନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ।

ସୂଚନା ଅନୁଯାୟୀ, ଗୁଳିକାଣ୍ଡ ପରେ ସେ ଭାରତ ପଳାଇ ଆସିଥିଲା। ସେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ଗୋଲଡି ଢିଲୋନଙ୍କ ସହ ମଧ୍ୟ ଯୋଗାଯୋଗରେ ଥିଲା। ଏହା ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।

ଗିରଫ ଅଭିଯୁକ୍ତ ବନ୍ଧୁ ମାନ ସିଂହ ସେଖୋନଙ୍କୁ କାନାଡାରେ ଗୁଳିକାଣ୍ଡ ଘଟଣାର ମୁଖ୍ୟ ସୁଟର ବୋଲି କୁହାଯାଉଛି। କେଏପିସ୍ କାଫେରେ ଗୁଳିକାଣ୍ଡ ପଛରେ ଥିବା ମୁଖ୍ୟ ଷଡ଼ଯନ୍ତ୍ର ପଛରେ କଣ କାରଣ ଅଛି ତାହା ଏହି ଗିରଫଦାରୀ ପରେ ଜଣାପଡ଼ିବ ବୋଲି କୁହାଯାଉଛି। ବନ୍ଧୁ ମାନ ସିଂହଙ୍କ ଗୋଲଡି ବ୍ରାର ସହ ସମ୍ପର୍କ ଥିବାରୁ ଦିଲ୍ଲୀ ପୋଲିସ ଅଧିକ ତଦନ୍ତ କରୁଛି। ଏପରିକି ଏହି ଗ୍ୟାଙ୍ଗଷ୍ଟର ସହ ସୁଟରର କିଭଳି କନେକ୍ସନ ରହିଛି ତାହା ଜାଣିବା ପାଇଁ ତନାଘନା କରୁଛି ପୋଲିସ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL