ଜାତୀୟ

ହ୍ବାଇଟହାଉସ ଗୁଳିକାଣ୍ଡ ପଛରେ ପାକିସ୍ତାନ : ତାଲିବାନ

କାବୁଲ: ଆମେରିକାରେ ହ୍ୱାଇଟ୍ ହାଉସ୍ ଉପରେ ଆକ୍ରମଣ କରିଥିବା ଜଣେ ଆଫଗାନିସ୍ତାନ ନାଗରିକଙ୍କ ଉପରେ ଅଭିଯୋଗ ଆସିଛି। ଏହାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଫଗାନିସ୍ତାନକୁ ଦାୟୀ କରିଛନ୍ତି । ଏବେ ଏହାର ଜବାବ ଦେଇଛି ତାଲିବାନ ।
ତାଲିବାନ ମୁଖପାତ୍ର ସୁହେଲ୍ ଶାହିନ୍ ଆକ୍ରମଣରେ ଆଇଏସଆଇ ଷଡ଼ଯନ୍ତ୍ର ସନ୍ଦେହ କରି କହିଛନ୍ତି ଯେ ଆଫଗାନିସ୍ତାନକୁ ଫସାଇବା ଓ ଆଫଗାନିସ୍ତାନର ପ୍ରତିଷ୍ଠାକୁ କଳଙ୍କିତ କରିବା ପାଇଁ ଏକ ପ୍ରୟାସ କରାଯାଉଛି। ସେ ଦାବି କରିଛନ୍ତି ଯେ ଏକ ବାହ୍ୟ ଗୁପ୍ତଚର ନେଟୱାର୍କ ବିଦେଶରେ ଥିବା ଆଫଗାନିସ୍ତାନବାସୀଙ୍କ ପାଇଁ ସୁରକ୍ଷା ବିପଦ ସୃଷ୍ଟି କରିବା ପାଇଁ ଏହି ଷଡ଼ଯନ୍ତ୍ର କରିଥିଲା।
ଶାହିନ ତାଲିବାନର ଦୀର୍ଘକାଳୀନ ନୀତିକପ ଦୋହରାଇ କହିଛନ୍ତି, “ଆମର ନୀତି ସ୍ପଷ୍ଟ – ଆମେ ବିଦେଶରେ ଆକ୍ରମଣ ପାଇଁ କାହାକୁ ଆଫଗାନ ମାଟି ବ୍ୟବହାର କରିବାକୁ ଅନୁମତି ଦେଉନାହୁଁ।”
ରିପୋର୍ଟ ଅନୁଯାୟୀ, ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ ପାଇଁ ସନ୍ଦିଗ୍ଧ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ତାକୁ ଆଫଗାନିସ୍ତାନ ନାଗରିକ ରହମାନୁଲ୍ଲା ଲକାନୱାଲ୍ ଭାବରେ ଚିହ୍ନଟ କରାଯାଇଛି। ଏହି ଘଟଣାରେ ବିରକ୍ତ ହୋଇ ଟ୍ରମ୍ପ୍ ଅପରାଧୀମାନଙ୍କୁ “ପଶୁ” ବୋଲି କହିଛନ୍ତି ଏବଂ କଡ଼ା ଜବାବ ଦେବାର ପ୍ରତିଶ୍ରୁତି ଦେଇଛନ୍ତି। ସେ ୨୦୨୧ ରେ ଆଫଗାନିସ୍ତାନରୁ ଆମେରିକାରେ ପ୍ରବେଶ କରୁଥିବା ଯେକୌଣସି ବ୍ୟକ୍ତିଙ୍କୁ ପୁନଃପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL