ଜାତୀୟ

ପାକ୍‌ ମନ୍ତବ୍ୟକୁ ଭାରତର ଖଣ୍ଡନ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶ ଅଯୋଧ୍ୟାର ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ଧ୍ବଜାରୋହଣ ଉତ୍ସବ ସମ୍ପର୍କରେ ପାକିସ୍ତାନ ସରକାର ଦେଇଥିବା ମନ୍ତବ୍ୟକୁ ଭାରତ ତୀବ୍ର ନିନ୍ଦା କରିବା ସହ ଖଣ୍ଡନ କରିଛି। ବୁଧବାର ଭାରତର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି ଯେ ଅନ୍ୟକୁ ପରାମର୍ଶ ଦେବାକୁ ପାକିସ୍ତାନର କୌଣସି ନୈତିକତା ନାହିଁ। ପାକିସ୍ତାନ ନିଜ ଦେଶରେ ସଂଖ୍ୟାଲଘୁଙ୍କୁ ନିର୍ଯାତନା ଦେବା ସହ ସେମାନଙ୍କୁ ଦମନ କରିଆସୁଛି। ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ଅନୁଷ୍ଠିତ ଧ୍ବଜାରୋହଣ ଉତ୍ସବକୁ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ସମାଲୋଚନା ପୂର୍ବକ ‘ଇସଲାମାଫୋବିଆ’ ବୋଲି କହିଥିଲା।

ପାକିସ୍ତାନ କହିଥିଲା ଯେ ବାବ୍ରୀ ମସ୍‌ଜିଦକୁ ଭାଙ୍ଗି ଭାରତ ସରକାର ରାମ ମନ୍ଦିର ନିର୍ମାଣ କରି ଇତିହାସକୁ ନଷ୍ଟ କରିଛନ୍ତି। ପାକିସ୍ତାନର ଏପରି ମନ୍ତବ୍ୟ ଉପରେ ଭାରତ ଏହାର ଜବାବରେ କହିଛି ଯେ ବାବ୍ରୀ ମସ୍‌ଜିଦ ସ୍ଥଳରେ ମନ୍ଦିର ନିର୍ମାଣ କରିବାକୁ ଅଦାଲତ ଅନୁମତି ପ୍ରଦାନ କରିଛନ୍ତି। ଏପରି କ୍ଷେତ୍ରରେ ପାକିସ୍ତାନ ଭାରତର ନ୍ୟାୟପାଳିକାକୁ ଉପେକ୍ଷା କରିବା ଠିକ୍ ନୁହେଁ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL