ଜାତୀୟ

ଦୁଇ କୋଟି ମୃତକଙ୍କ ଆଧାର ନମ୍ବର ଅଚଳ

ନୂଆଦିଲ୍ଲୀ : ଡାଟା କ୍ଲିନିଙ୍ଗ ପ୍ରକ୍ରିୟା କ୍ରମରେ ଭାରତର ଏକକ ପରିଚୟ କର୍ତ୍ତୃପକ୍ଷ (ୟୁଆଇଡିଏଆଇ) ୨କୋଟିରୁ ଅଧିକ ଆଧାର ନମ୍ବରକୁ ଅଚଳ କରିଛନ୍ତି। ଅଚଳ ହୋଇଥିବା ଆଧାର ନମ୍ବର ସହିତ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ହୋଇସାରିଛି ବୋଲି ବୁଧବାର ସରକାରଙ୍କ ପକ୍ଷରୁ କୁହାଯାଇଛି। ଆଧାର ଡାଟାବେସ୍‌କୁ ସୁରକ୍ଷିତ ଓ ଏହାର ଦୁରୁପଯୋଗକୁ ରୋକିବା ଲାଗି ଏପରି ପଦକ୍ଷେପ ନିଆଯାଇଛି। ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ, ରାଜ୍ୟ ସରକାର, ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗର ମୃତ୍ୟୁ ପଞ୍ଜୀକରଣ ରେକର୍ଡକୁ ଆଧାର କରି ମୃତ ବ୍ୟକ୍ତିଙ୍କ ଆଧାର ନମ୍ବରକୁ ଅଚଳ କରାଯାଇଛି। ମାଇଁ ଆଧାର ପୋର୍ଟାଲ ମାଧ୍ୟମରେ ଜଣେ ବ୍ୟକ୍ତି ନିଜ ପରିବାର ସଦସ୍ୟଙ୍କ ମୃତ୍ୟୁ ସମ୍ପର୍କରେ ରିପୋର୍ଟ କରିପାରିବେ। ଏହା ସହିତ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ସମ୍ପର୍କରେ ଅବଗତ କରାଇବାକୁ ହେଲେ ତାଙ୍କ ଆଧାର ନମ୍ବର ଦେବାକୁ ପଡିଥାଏ। ୨୦୨୪ରୁ ୟୁଆଇଡିଏଆଇ ମୃତ ବ୍ୟକ୍ତିଙ୍କ ଆଧାର ନମ୍ବର ଅଚଳ କରିବା ପ୍ରକ୍ରିୟାକୁ ଆପଣାଇ ଆସୁଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କ ଆଧାର ନମ୍ବର ଭୁଲକ୍ରମେ ଅଚଳ ହୋଇଯାଇଥାଏ ତେବେ ସେହି ବ୍ୟକ୍ତି ନିଜର ଜୀବନ ପ୍ରମାଣପତ୍ର ଦେଇ ଏହାକୁ ପୁନଃ ସକ୍ରିୟ କରିପାରି​‌େ​‌ବ।

aduser

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL