ଜାତୀୟ

ବନ୍ଦ ପଡିଥିବା ଖଣି ଚାଲୁ କରିବା ଲାଗି ଭାରତକୁ ପ୍ରସ୍ତାବ ଦେଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଆଫଗାନିସ୍ତାନ ଭାରତରେ ଅନେକ ସମୟ ଧରି ବନ୍ଦ ପଡିଥିବା ଖଣିକୁ ପୁଣି ଖୋଲିବା ଏବଂ ଚାଲୁ ରଖିବା ପାଇଁ ପ୍ରସ୍ତାବ ଦେଇଛି। ଏହା ଫଳରେ ନିବେଶ ମିଳିବା ସହିତ ନିଯୁକ୍ତି ମଧ୍ୟ ସୃଷ୍ଟି ହୋଇପାରିବ। ତେବେ ଭାରତୀୟ ଉଦ୍ୟେଗ ଲିଡରଙ୍କ କହିବାନୁସାରେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଏହି କ୍ଷେତ୍ରରେ ସାବଧାନତା ଅବଲମ୍ବନ କରିବାକୁ ଉଚିତ୍। ଆଫଗାନିସ୍ତାନରେ ୧୪୦୦ ରୁ ଅଧିକ ମିନେରାଲ ଫିଲ୍ଡ ଅଛି ଯେଉଁଥିରେ କ୍ରୋମାଇଟ୍, କୋଇଲା, କପର, ଲୁହା, ସୁନା, ଲିଥିୟମ୍ ଆଦି ଉତ୍ସ ରହିଛି। ଆଫଗାନିସ୍ତାନର ଉଦ୍ୟେଗ ଓ ବାଣିଜ୍ୟ ମନ୍ତ୍ରୀ ଅଲ୍ହାଜ ନୁରଦ୍ଦିନ୍ ଅଜିଜି ଭାରତ ସହିତ ଆର୍ଥିକ ସମ୍ପର୍କ ଗଢିବାକୁ ଆହ୍ବାନ କରିଛନ୍ତି। ଏହା ବ୍ୟାପାର ଓ ନିବେଶକୁ ବିସ୍ତାର କରିବାର ଏକ ସଙ୍କେତ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL