ଓଡ଼ିଶା

୧୫ ଦିନ ପରେ ମେଡିକାଲରୁ ଉଦ୍ଧାର ହେଲେ ବାର୍ଥଡେ ପାର୍ଟିରୁ ନିଖୋଜ ଯୁବକ

ଭୁବନେଶ୍ବର: ନଭେମ୍ବର ୧ ତାରିଖରୁ ନିଖୋଜ ଥିବା ଜଣେ ଯୁବକଙ୍କୁ ଶେଷରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଠାବ କରାଯାଇଛି।

ସୂଚନା ଅନୁଯାୟୀ, ସତ୍ୟଜିତ ଦାସ ନାମକ ଯୁବକଙ୍କୁ ଶନିବାର ଏକ ଆମ୍ବୁଲାନ୍ସରେ ହସ୍ପିଟାଲକୁ ଅଣାଯାଇଥିଲା। ଏହାପରେ ହସ୍ପିଟାଲ ପକ୍ଷରୁ ତାଙ୍କ ଶରୀରରେ ଆଘାତ ଲାଗିଥିବା ନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ଯାହା ପରେ ପୋଲିସ ସତ୍ୟଜିତଙ୍କ ପରିବାରକୁ ଚିହ୍ନଟ ପାଇଁ ହସ୍ପିଟାଲକୁ ଡାକିଥିଲେ। ପରିବାର ସଦସ୍ୟମାନେ ଆଜି ସକାଳେ ହସ୍ପିଟାଲରେ ପହଞ୍ଚି ତାଙ୍କୁ ଚିହ୍ନଟ କରିବା ସହ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ସେ ବର୍ତ୍ତମାନ ଅଚେତ ଥିବା ଜଣାପଡ଼ିଛି।

ଯଦିଓ ସେ କିପରି ହସ୍ପିଟାଲରେ ପହଞ୍ଚିଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯୁକ୍ତ ୩ ଛାତ୍ର ସତ୍ୟଜିତ ଖୋର୍ଦ୍ଧାର ଗାନ୍ଧୀ ପଡ଼ିଆର ବାସିନ୍ଦା। ସେ ତାଙ୍କ ବନ୍ଧୁମାନଙ୍କ ସହିତ ଭରତପୁର ଅଞ୍ଚଳର ଏକ କାଫେରେ ଜନ୍ମଦିନ ପାର୍ଟିରେ ଯୋଗଦେବା ପରେ ରହସ୍ୟମୟ ଭାବରେ ନିଖୋଜ ହୋଇଯାଇଥିଲେ। ଘରକୁ ନ ଫେରିବାରୁ ତାଙ୍କ ପରିବାର ସଦସ୍ୟମାନେ ତାଙ୍କୁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ସୁଦ୍ଧା କୌଣସି ଉତ୍ତର ପାଇନଥିଲେ। ଯାହା ପରେ ସେମାନେ ଥାନାରେ ଅଭିଯୋଗ କରିଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL