ଜାତୀୟ

ଡିସେମ୍ବର ୬ରେ ୩୨ ସ୍ଥାନରେ ହୋଇଥାନ୍ତା ସିରିଜ୍ ବିସ୍ଫୋରଣ !

ନୂଆଦିଲ୍ଲୀ  : ୩୨ଟି କାରରେ ୩୨ଟି ବିସ୍ଫୋରଣ ଯୋଜନା ।  ଧାର୍ଯ୍ୟ ତାରିଖ ଥିଲା ଡିସେମ୍ବର ୬ ।  ଦିଲ୍ଲୀ ଲାଲକିଲ୍ଲା ବ୍ଲାଷ୍ଟ ତଦନ୍ତରୁ, ତଦନ୍ତକାରୀ ସଂସ୍ଥାକୁ ଏପରି ସାଂଘାତିକ ତଥ୍ୟ ମିଳିଥିବା କୁହାଯାଉଛି ।  ନଭେମ୍ବର ୧୦ରେ ଏକ ହ୍ୟୁଣ୍ଡାଇ ଆଇ ୨୦ ଗାଡ଼ିରେ ବିସ୍ଫୋରଣ ହେଲା। ଗୋଟିଏ ସୁଜିକି ବ୍ରେଜା, ସ୍ବିଫ୍ଟ ଡିଜାୟର ଏବଂ ଗୋଟିଏ ଫୋର୍ଡ ଇକୋ ସ୍ପୋର୍ଟର ସନ୍ଧାନ ମିଳି ସାରିଛି ।  ବ୍ରିଜା କାରଟି ହରିୟାଣାର ଫରିଦାବାଦର ଅଲ-ଫଲାହ ସ୍କୁଲ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ୍ ରିସର୍ଚ୍ଚ ସେଣ୍ଟର କ୍ୟାମ୍ପସରୁ ମିଳିଥିଲା ।

ସେହି ଅନୁଷ୍ଠାନ ଏବେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ଭାବରେ ଉଭା ହୋଇଛି। ଇକୋ ସ୍ପୋର୍ଟ କାରଟି ଗତକାଲି ହରିୟାଣା ଫରିଦାବାଦରୁ ମିଳିଥିଲା। ଡିଜାୟର ଗାଡ଼ିଟି ସୋମବାର ଜବତ ହୋଇଥିଲା। ସେଥିରୁ ଗୋଟିଏ ଆସଲ୍ଟ ରାଇଫଲ ଓ ଅନ୍ୟାନ୍ୟ ବିସ୍ଫୋରକ ମିଳିଥିଲା । ମୋଟ ୩୨ଟି ଗାଡ଼ି ଯୋଗାଡ଼ ଲକ୍ଷ୍ୟରେ ଥିଲେ ଆତଙ୍କବାଦୀ । ପୁରୁଣା ଗାଡ଼ି ଯାହାର ବାରମ୍ବାର ବିକାକିଣା ହୋଇଛି, ସେହିପରି ଗାଡ଼ି ବ୍ୟବହାର କରିବାକୁ ଚାହୁଁଥିଲେ ଆତଙ୍କବାଦୀ। ଡିସେମ୍ବର ୬ରେ ଦିଲ୍ଲୀରେ ଛଅଟି ପର୍ଯ୍ୟାୟରେ ୬ଟି ସ୍ଥାନରେ ସମନ୍ବିତ ଢଙ୍ଗରେ ଆକ୍ରମଣ ପାଇଁ ଯୋଜନା ହୋଇଥିବା ଜଣାପଡିଛି।

aduser

About Author

LOKA SAMACHAR @2026. All Rights Reserved || Developed By CBSPL