ଜାତୀୟ

ଗୋବିନ୍ଦା ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଅଭିନେତା ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଯାଇଛି। ଫଳରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଙ୍ଗଳବାର ରାତିରେ ଗୋବିନ୍ଦା ତାଙ୍କ ଘରେ ଅଚେତ ହୋଇଯାଇଥିଲେ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ଅଭିନେତାଙ୍କ ଅନେକ ଡାକ୍ତରୀ ପରୀକ୍ଷା କରାଯାଇଛି। ଏବେ ଏକ ଡାକ୍ତରୀ ଦଳ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନଜର ରଖିଛନ୍ତି।

ଗୋବିନ୍ଦାଙ୍କ ବନ୍ଧୁ ଏବଂ ଆଇନଗତ ପରାମର୍ଶଦାତା ଲଳିତ ବିନ୍ଦଲ କହିଛନ୍ତି, “ଡାକ୍ତରଙ୍କ ସହ କଥା ହେବା ପରେ ତାଙ୍କୁ ଔଷଧ ଦିଆଯାଇଥିଲା । ଏବଂ ଗତକାଲି ରାତି ୧ଟାରେ ହସ୍ପିଟାଲର ଏମରଜେନ୍ସିରେ ଭର୍ତ୍ତି କରାଯାଇଥିଲା। ଟେଷ୍ଟ ରିପୋର୍ଟ ଆସିବା ପରେ ହିଁ ସବୁ ଜଣାପଡ଼ିବ। ଗୋବିନ୍ଦାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ଅଧିକ ସୂଚନା ଦେବାକୁ ସେ ମନା କରିଛନ୍ତି। ଗୋବିନ୍ଦା ଗୋଟିଏ ଦିନ ତଳେ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଧର୍ମେନ୍ଦ୍ରଙ୍କୁ ଭେଟିବାକୁ ଯାଇଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL