ଓଡ଼ିଶା

୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ନୂଆପଡ଼ା ଛାଡ଼ିବାକୁ ବାହାର ଭୋଟରଙ୍କୁ ନିର୍ଦେଶ

ଭୁବନେଶ୍ବର: ନୂଆପଡା ଉପ-ନିର୍ବାଚନରେ ସ୍ୱଚ୍ଛତା ବଜାୟ ରଖିବା ଏବଂ ମତଦାତାମାନଙ୍କ ପାଇଁ ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶ ସୁନିଶ୍ଚିତ କରିବା ପାଇଁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶୁକ୍ରବାର ନିର୍ଦେଶାବଳୀ ଜାରି କରିଛନ୍ତି। ମତଦାନ ଶେଷ ହେବାର ୪୮ ଘଣ୍ଟା ପୂର୍ବ ଅବଧି, ଯାହାକୁ ସାଧାରଣତଃ ନୀରବ ଅବଧି ବୋଲି କୁହାଯାଇଥାଏ, ସେହି ନୀରବ ଅବଧି ନେଇ ଜାରି କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର. ଏସ. ଗୋପାଳନ(ଭା.ପ୍ର.ସେ) ସାମ୍ବାଦିକ ସମ୍ମିଳନୀରେ ତଥ୍ୟ ଦେଇଛନ୍ତି। ଆସନ୍ତା ୯ ତାରିଖ ଅପରାହ୍ନ ୪ଟା ସୁଦ୍ଧା ବାହାର ଭୋଟରମାନେ ନୂଆପଡ଼ା ଛାଡ଼ନ୍ତୁ ବୋଲି ଗୋପାଳନ କହିଛନ୍ତି। ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ ସମ୍ପର୍କିତ କୌଣସି କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ସମସ୍ତ ରାଜନୈତିକ ଦଳକୁ ଅପିଲ କରିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସ୍ୱତନ୍ତ୍ର ସଚିବ ସୁଶାନ୍ତ କୁମାର ମିଶ୍ର, ଅତିରିକ୍ତ ଶାସନ ସଚିବ ପ୍ରମୋଦ ସାହୁ ଏବଂ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀପ୍ରସାଦ ସାହୁଙ୍କ ଉପସ୍ଥିତ ଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ମିଡ଼ିଆ ସେଣ୍ଟରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକଙ୍କୁ ସବିଶେଷ ସୂଚନା ଦେଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ନୀରବ ଅବଧି ସମ୍ପର୍କିତ ନିର୍ଦ୍ଦେଶାବଳୀ ସମ୍ପର୍କରେ ସୂଚନା ଦେବା ସହ ସାମ୍ବାଦିକମାନଙ୍କର ନୂଆପଡା ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଥିଲେ।

aduser

About Author

LOKA SAMACHAR @2026. All Rights Reserved || Developed By CBSPL