ଜାତୀୟ

ଶ୍ରୀଲଙ୍କା ନୌସେନା ଦ୍ୱାରା ୩୫ ଭାରତୀୟ ମତ୍ସ୍ୟଜୀବୀ ଗିରଫ, ୪ ନୌକା ଜବତ

ଜାଫନା  : ଅନ୍ତର୍ଜାତୀୟ ଜଳସୀମା ଉଲ୍ଲଂଘନ ଅଭିଯୋଗରେ ଶ୍ରୀଲଙ୍କା ନୌସେନା ସୋମବାର ୩୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗରିଫ କରିଛି। ସେମାନେ ମାଛ ମାରିବାକୁ ଉପଯୋଗ କରୁଥିବା ୪ଟି ନୌକାକୁ ମଧ୍ୟ ଜବତ କରାଯାଇଛି। ଶ୍ରୀଲଙ୍କା ନୌସେନା ମୁଖପାତ୍ର କମାଣ୍ଡର ବୁଦ୍ଧିକା ସମ୍ପତ୍ତ ଏ ନେଇ ସୂଚନା ଦେଇ କହିଛନ୍ତି ଯେ ଉତ୍ତର ଜାଫନା ଜିଲ୍ଲାର କାଙ୍କେସନ୍ଥରାଇ କ୍ଷେତ୍ରର ଶ୍ରୀଲଙ୍କା ଜଳ କ୍ଷେତ୍ରରେ ଏହି ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରାଯାଇଛି।

ଅବୈଧ ରୂପେ ମାଛ ଧରିବା ପାଇଁ ଗିରଫ ମତ୍ସ୍ୟଜୀବୀ ଓ ସେମାନଙ୍କ ଉପକରଣକୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ନିମନ୍ତେ ମତ୍ସ୍ୟ ନିରିକ୍ଷଣାଳୟଙ୍କୁ ଦେଇ ଦିଆଯିବ। ଶ୍ରୀଲଙ୍କା ନୌସେନା ଦ୍ୱାରା ମାସକ ମଧ୍ୟରେ ଏହା ଦ୍ୱିତୀୟ କାର୍ଯ୍ୟାନୁଷ୍ଠାନ। ଏହା ପୂର୍ବରୁ ଶ୍ରୀଲଙ୍କା ନୌସେନା ତଲାଇମନ୍ନାର ଅଞ୍ଚଳରୁ ଶ୍ରୀଲଙ୍କା ଜଳ କ୍ଷେତ୍ରରେ ଅବୈଧ ମାଛ ଧରୁଥିବା ଅଭିଯୋଗରେ ୪୭ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗରିଫ କରିଥିଲା।

ଅକ୍ଟୋବର ଗିରଫଦାରୀ ବେଳେ ମତ୍ସ୍ୟଜୀବୀଙ୍କ ୫ଟି ନୌକା ଜବତ ହୋଇଥିଲା। ଭାରତ ଓ ଶ୍ରୀଲଙ୍କା ସମ୍ପର୍କରେ ମତ୍ସ୍ୟଜୀବୀଙ୍କ ସମସ୍ୟା ବିବାଦୀୟ ହୋଇ ରହିଛି। ଶ୍ରୀଲଙ୍କା ନୌସେନା ଜବାନ କେବେ କେବେ ପାକ୍ ଷ୍ଟ୍ରିଟ୍ ରେ ଭାରତୀୟ ମତ୍ସ୍ୟଜୀବୀଙ୍କ ଉପରୁ ଗୁଳିଚାଳନା ମଧ୍ୟ କରୁଛନ୍ତି। ଏହା ଛଡା ମତ୍ସ୍ୟଜୀବୀ ଶ୍ରୀଲଙ୍କା ଜଳ ସୀମାକୁ ପ୍ରବେଶ କରୁଥିବାରୁ ସେମାନଙ୍କର ନୌକାକୁ ମଧ୍ୟ ଜବତ କରିନିଆଯାଉଛି। ଏଣୁ ମତ୍ସ୍ୟଜୀବୀ ଗୁରୁତର କ୍ଷତିର ସମ୍ମୁଖୀନ ହେଉଛନ୍ତି।     

aduser

About Author

LOKA SAMACHAR @2026. All Rights Reserved || Developed By CBSPL