କ୍ରୀଡା

ନୂଆ କ୍ରିକେଟ୍ କ୍ଲବ “ଏକ୍ସେଲ୍ କ୍ରିକେଟ୍ ଏକାଡ଼େମୀ” ଉଦ୍‌ଘାଟିତ

ତା.୨୨୦୧୨,୨୦୨୪

ଭୁବନେଶ୍ଵର ଯୁବପିଢ଼ିଙ୍କ ମଧ୍ୟରେ କ୍ରିକେଟ୍ ପ୍ରତିଥିବା ସ୍ନେହ, ଶ୍ରଦ୍ଧା, ଉତ୍ସାହକୁ ଆହୁରି ଦ୍ବିଗୁଣିତ କରିବା ପାଇଁ ରବିବାର ଦିନ ଭୁବନେଶ୍ଵର ସେଣ୍ଟ ଜୋଶେଫ୍ ହାଇସ୍କୁଲଠାରେ “ଏକ୍ସେଲ କ୍ରିକେଟ୍ ଏକାଡ଼େମୀ’” ଆତ୍ମପ୍ରକାଶ କରିଛି । ଆଇନଜୀବୀ କବିତା ସୁଆର ଓ ଶ୍ରୀମନ୍ତ ସୁଆର ଓ କୋଚ ଆଜାଦ୍ ସାରଙ୍କ ପ୍ରଚେଷ୍ଟାରେ ଏହି ଏକାଡ଼େମୀ ଗଠନ କରାଯାଇ ପ୍ରଥମ ପର୍ଯ୍ୟାୟରେ ଏକ୍ସେଲ୍ ସିଡ଼ କ୍ରିକେଟ୍‌ ଟୁର୍ଣାମେଣ୍ଟ- ୨୦ ୨୪ ଚଳିତ ମାସ ୨୨ରୁ ୨୯ ମଧ୍ୟରେ ଆୟୋଜିତ କରାଯାଇଛି । ଏହି ଟୁର୍ଣାମେଣ୍ଟରେ ଚଉଦ ବର୍ଷରୁ କମ୍ ବୟସ ଶୃଙ୍ଖଳା ଚମ୍ପିଅନସିପ୍‌ରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ସମୁଦାୟ ୧୬ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ସେମାନେ ବିଭିନ୍ନ ପର୍ଯ୍ୟାୟରେ ୪ଟି ପୁଲ୍ ମଧ୍ୟରେ ବିଭାଜିତ ହୋଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଛନ୍ତି ଏବଂ ଡିସେମ୍ବର ୨୯ ତାରିଖରେ ଫାଇନାଲ୍ ମ୍ୟାଚ୍ ଓ ଉଦ୍‌ଯାପନ ଉତ୍ସବ ଅନୁଷ୍ଠିତ ହେବ । ସେହିଦିନ ମାନ୍ୟ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟ ଅତିଥିଭାବେ ଯୋଗଦେବେ ।

ଆଜି ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଶ୍ରୀ ବିଶ୍ୱଜିତ୍ ବର୍‌ମନ୍, ଜଏଣ୍ଟ ସେକ୍ରେଟାରୀ, ଓଡ଼ିଶା ହୁମାନ୍ ରାଇଟସ୍ କମିଶନ୍ ଓ ଶ୍ରୀ ସୁଦର୍ଶନ ଛୋଟରାୟ, ଏମିନେଣ୍ଟ ସାମ୍ବାଦିକ, ଟି.ବି.ଟି. ଅନସାଂରୀ, ଆଇ ଆଣ୍ଡ ପି.ଆର୍. ଡିପାର୍ଟମେଣ୍ଟ, ସୟେଦ୍ ତୁଫାୟଲ ଅହମ୍ମଦ୍ (କ୍ରିକେଟର) ଓ ଶ୍ରୀ ରଘୁନାଥ ରାଓ, ପ୍ରେସିଡେଣ୍ଟ, “ଏକ୍ସେଲ୍ କ୍ରିକେଟ୍ ଏକାଡ଼େମୀ” ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ପ୍ରଦୀପ ପ୍ରଜ୍ଜ୍ଵଳନ ମାଧ୍ୟମରେ ଏକ୍ସେଲ୍ କ୍ରିକେଟ୍ ଏକାଡ଼େମୀକୁ ଆନୁଷ୍ଠାନିକ ଭାବରେ ଅନାବରଣ କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟର ଅୟାରମ୍ଭ କରିଥିଲେ । ସମବେତ କ୍ରିକେଟର ଓ କ୍ରୀଡ଼ା ପ୍ରେମୀଙ୍କୁ ଉଦ‌ବୋଧନ ଦେଇ ଅତିଥିମାନେ ଭାରତରେ କ୍ରିକେଟ୍ ପ୍ରତି ବଢ଼ୁଥିବା ଆନୁଗତ୍ୟ ବିଷୟରେ କହିଥିଲେ ଓ କ୍ରିକେଟ କେଉଁଭଳି ସର୍ବସାଧାରଣଙ୍କ ଖେଳ ହେଇଛି, ତା’ର ଉଦାହରଣ ମାନ ଦେଇଥିଲେ ।

କାର୍ଯ୍ୟକ୍ରମକୁ ପ୍ରଶାନ୍ତ କୁମାରେ ପ୍ରଧାନ, ବିଶିଷ୍ଟ ସମାଜସେବୀ ଓ ସୁଶ୍ରୀ ମହାନ୍ତି, (ଆଇନିଜୀବି ଓ ନୃତ୍ୟଙ୍ଗନା) ସଂଯୋଜନା କରିଥିଲେ ।

Tag:

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL