ଗଞ୍ଜାମ

ଗଞ୍ଜାମ ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ, ର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି।

ଗଞ୍ଜାମ: ଡ଼ିସେମ୍ବର 7 (ଶବର କୁମାର ତରାଇ )ଗଞ୍ଜାମ ସ୍ଥିତ ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ, ର ବାର୍ଷିକ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦ୍ଘାଟନ ହୋଇଯାଇଛି। ଉଦ୍ଘାଟନ ଉତ୍ସବର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଇ ସ୍ଥାନୀୟ କାନାରା ବ୍ୟାଙ୍କର ମହାପ୍ରବନ୍ଧକ ମାନସୀ ଭୌମିକ ଛାତ୍ରୀଙ୍କୁ କ୍ରୀଡା ଆଭିମୁଖ୍ୟ ଉଦବୋଧନ ଦେଇଥିଲେ l , । ଯଶୋଦା ମହିଳା ଡିଗ୍ରୀ ମହାବିଦ୍ୟାଳୟ ତରଫରୁ ପ୍ରତିବର୍ଷ ଏହି ପ୍ରତିଯୋଗିତା ଆୟୋଜନ କରାଯାଉଥିବାରୁ ମହାବିଦ୍ୟାଳୟର ପରିଚାଳନା କମିଟି ସଭାପତି ଶ୍ରୀ ଗୋବିନ୍ଦ ପଣ୍ଡା, ଅଧ୍ୟକ୍ଷା ଶ୍ରୀମତୀ ଲିପିକା ପଣ୍ଡା, ଶିକ୍ଷକ ଓ ଅଣଶିକ୍ଷକ କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଦେଇଥିଲେ।
ଆଜି ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ସୁଶ୍ରୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ, ସଟପୁଟ ଖେଳରେ ପ୍ରଥମ, ଡି. ଭବାନୀ, ଦ୍ଵିତୀୟ ଓ ନିର୍ଜଳା ମାଳି ତୃତୀୟ ସ୍ଥାନ ଅଧିକାର କରିଥିଲେ। ଡିସ୍କସ ଥ୍ରୋ ଖେଳରେ ସୁଶ୍ରୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ପ୍ରଥମ, ନିର୍ଜଳା ମାଳି ଦ୍ଵିତୀୟ ଓ ଡି. ଭବାନୀ ତୃତୀୟ ସ୍ଥାନ ପାଇଥିଲେ। ସେମିତି ଲମ୍ବା ଡିଆଁ ଖେଳରେ ଭାଗ ନେଇ ସୁଶ୍ରୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ପ୍ରଥମ, ଆର୍. ପ୍ରୀତି ରେଡ୍ଡୀ ଦ୍ଵିତୀୟ ଓ ଚନ୍ଦ୍ରଗିରି ସସ୍ମିତା ତୃତୀୟ, ଉଚ୍ଚ ଡିଆଁରେ ରଚିତା ମାଳି ପ୍ରଥମ ସ୍ଥାନ, ସନ୍ତୋସୀନି ସାହୁ ଦ୍ଵିତୀୟ ଓ ମାମା ନାହାକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଖେଳା ଯାଇଥିବା ଜାଭେଲିନ (ବର୍ଚ୍ଛା) ଫିଙ୍ଗା ଖେଳରେ ସୁଶ୍ରୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ପ୍ରଥମ ସ୍ଥାନ ପାଇବା ସହ କୁମାରୀ ସନ୍ଧ୍ୟାରାଣି ବେହେରା ଦ୍ଵିତୀୟ ଓ ଚ. ସସ୍ମିତା ତୃତୀୟ ସ୍ଥାନ ଅଧିକାର ଖେଳିଥିଲେ।
ଏହି ପ୍ରତିଯୋଗିତାକୁ ସନ୍ତୋଷ କୁମାର ସାହୁ, ପିଇଟି ଓ ଅଭିନୟ ଜଗତର ଖ୍ୟାତନାମା କଳାକାର ପ୍ରିତିରଞ୍ଜନ ପ୍ରଧାନ ପରିଚାଳନା କରିବା ସହ ଛାତ୍ରୀ ମାନଙ୍କୁ ଖେଳ ପ୍ରଦର୍ଶନ ନିମନ୍ତେ ଉତ୍ସାହିତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ଆକାଶ କୁମାର ସାହୁ, ସୁଶ୍ରୀ ଆରତୀ ସେଠୀ, ସୁନିତା ରାଉତରାୟ, ସସ୍ମିତା ସାହୁ, ହିମଶିଖା ସାହୁ ପ୍ରିୟଦର୍ଶିନୀ ତ୍ରିପାଠୀ ଓ ଅଣ ଶିକ୍ଷକ କର୍ମକର୍ତ୍ତା ସୁରେଶ ଚନ୍ଦ୍ର ପାଢି, ଜ୍ଞାନ ରଞ୍ଜନ ସାହୁ ଆଦି ପରିଚାଳନା କରିଥିଲେ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL