ଗଞ୍ଜାମ

ଗ୍ୟାସ ସିଲିଣ୍ଡର ବୋଝଇ ଟ୍ରକରେ ଲାଗିଲା ନିଆଁ –ଅଳ୍ପକେ ବର୍ତିଲେ ଡ୍ରାଇଭର

ଗଂଜାମ:
ଗ୍ୟାସ ସିଲିଣ୍ଡର ବୋଝଇ ଟ୍ରକରେ ଲାଗିଲା ନିଆଁ –ଅଳ୍ପକେ ବର୍ତିଲେ ଡ୍ରାଇଭର —

ଗଞ୍ଜାମ, ଡ଼ିସେମ୍ବର 4
(ଶବର କୁମାର ତରାଇ)
ଗଞ୍ଜାମ ସହର ନିକଟରେ ଲକ୍ଷ୍ମୀପୁର ସୂର୍ଯ୍ୟନାରାୟଣ ପୁର ନିକଟସ୍ଥ ଷୋହଳ ନମ୍ବର ଜାତୀୟ ରାଜପଥରେ ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକରେ ନିଆଁ ଲାଗିଯାଇଥିଲା l ଫଳରେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ରେ ଭୟ ର ବାତାବରଣ ସୃଷ୍ଟି ହୋଇଥିଲାl ଖବର ପାଇ ଘଟଣା ସ୍ଥଳରେ ଛତ୍ରପୁର ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ l ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ବିଡ଼ିଓ ଅଚ୍ୟୁତାନନ୍ଦ ଯାନୀ, ଛତ୍ରପୁର ଏସଡିପିଓ ଗୌରହରି ସାହୁ, ଥାନା ଆଇଆଇସି ସୁମିତ୍ରା ପାତ୍ର, ଗ୍ରାସୀମ ସୁରକ୍ଷା ଅଧିକାରୀ ଲିପିକ ମହାନ୍ତି ପ୍ରମୁଖ ପହଂଚି କିଭଳି ନିଆଁ ଆୟତ ହେବା ସେଥିପାଇଁ ପଦକ୍ଷେପ ନେଇ ଥିଲେ l ଗାଡି ଚାଲିଥିବା ବେଳେ ଟ୍ରକର ସେଲ୍ଫ ମଟର ସର୍ଟ ହୋଇଯିବା ଫଳରେ ଗାଡିରେ ନିଆଁ ଲାଗିଯାଇଥିବା ଟ୍ରକ ଡ୍ରାଇଭର ପ୍ରହଲ୍ଲାଦ ଯାନୀ ସୂଚନା ଦେଇଛନ୍ତି l ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ପିପିସିଏଲରୁ ଟ୍ରକ ନ 000C 58552ବ୍ରହ୍ମପୁରକୁ ଆସୁଥିଲା l ହଟାତ ଧୂଆଁ ବାହାରୁଥିବା ଜାଣି ଡ୍ରାଇଭର ଗାଡି ରଖି ଦେଖିଥିଲେ ଗାଡ଼ିରେ ନିଆଁ ଲାଗିଯାଇଛି l ସେହି ଗାଡ଼ିରେ 420ସିଲିଣ୍ଡର ଓ 10ଟି 35କେଜି ସିଲିଣ୍ଡର ଲୋଡ଼ ହୋଇଥିବା ଜଣାପଡୁଛି l ଗ୍ରାସୀମ କମ୍ପାନୀ ଓ ଛତ୍ରପୁର ଦମକଳ ବାହିନୀ ପହଂଚି ନିଆଁ ଲିଭେଇ ଥିଲେ l ଫଳରେ ସମସ୍ତ ସିଲିଣ୍ଡର ସୁରକ୍ଷିତ ରହିଛି କିନ୍ତୁ ଗାଡିର ସମୁଖରେ ପୋଡ଼ିଯାଇଛି l ଗଞ୍ଜାମ ଥାନା ପୋଲିସ ଗୋଟିଏ ପାର୍ଶ୍ଵ ରୋଡ଼ ବନ୍ଦ କରିଗୋଟିଏ ରୋଡ଼ରେ ଗାଡି ଛାଡି ନିୟନ୍ତ୍ରଣ କରିଥିଲେ l ନିଶ୍ଚିତ ଭାବେ ଏକ ବଡ଼ ଦୁର୍ଘଟଣାରୁ ଟଳି ଥିବା ସୂଚନା ମିଳିଛି l

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL