ଜାତୀୟ ଜ଼ିଲ୍ଲା

ଚଳିତ ବର୍ଷ ନକ୍ସଲ ମୁକାବିଲାରେ ବିଏସଏଫର ସଫଳତା

ଓଡ଼ିଶାର ନକ୍ସଲ ପ୍ରବଣ ଅଞ୍ଚଳରେ ସୀମା ସୁରକ୍ଷା ବଳ(ବିଏସଏଫ) ଧନଜୀବନ ସୁରକ୍ଷା ପାଇଁ ସମର୍ପିତ ହୋଇ କାର୍ଯ୍ୟ କରୁଛି। ବିଏସଏଫର ସଫଳତାକୁ ନେଇ ଆଜି ମହାନିରୀକ୍ଷକ ସିଡି ଅଗ୍ରୱାଲଏକ ସମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି,ବିଏସଏଫ ଚଳିତ ବର୍ଷ ୩ଜଣ କୁଖ୍ୟାତ ନକ୍ସଲଙ୍କୁ ନିପାତ କରିଛି।ସେହିପରି ୨୪ ଜଣ ହାର୍ଡକୋର ନକ୍ସଲଙ୍କୁ ଆତ୍ମସମର୍ପଣ କରିବା ପାଇଁବାଧ୍ୟ କରିଛି । ବିଏସଏଫର ସର୍ଚ୍ଚ ଅପରେସନରେ ୩୪ଟି ଆଇଡିଡି, ୧୧୭ଟି ଗ୍ରେନେଡ୍‌ ଏବଂ ବହୁ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରାଯାଇଛି । ବିଏସଏଫର ସହଯୋଗରେ ମାଲକାନଗିରି ଜିଲ୍ଲାର ବିଚ୍ଛିନ୍ନାଞ୍ଚଳ ଏବେ ରାଜ୍ୟର ମୁଖ୍ୟଧାରା ସହ ଯୋଡ଼ି ହୋଇଛି ଗୁରୁପ୍ରିୟା ସେତୁ ଦ୍ୱାରା ୧୫୧ଟି ଗାଁର ୩୧ ହଜାର ବାସିନ୍ଦା ଉପକୃତ ହୋଇଛନ୍ତି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଆହ୍ୱାନକ୍ରମେ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲବାଦର ବିଲୋପ ପାଇଁ ବିଏସଏଫ ସଂକଳ୍ପବଦ୍ଧ ବୋଲି ଆଇଜି ଶ୍ରୀ ଅଗ୍ରୱାଲ କହିଛନ୍ତି ।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL