ସମ୍ବଲପୁର

ଏଆରଓ ସମ୍ବଲପୁର ପକ୍ଷରୁ ଅଗ୍ନିପଥ ଯୋଜନା ଅଧୀନରେ ସେନା ନିଯୁକ୍ତି ଶିବିର

ଆସନ୍ତା ଡିସେମ୍ବର ୬ରୁ ୯ ତାରିଖ ପର୍ଯ୍ୟନ୍ତ ରାଉରକେଲା ସେକ୍ଟର-୬ ସ୍ଥିତ ଇସ୍ପାତ ଷ୍ଟାଡିୟମରେ ସେନା ନିଯୁକ୍ତି ଶିବିର ଅନୁଷ୍ଠିତ ହେବ। ଏଥିରେ ଅନୁଗୁଳ, ବରଗଡ଼,
ବଲାଙ୍ଗିର, ଢେଙ୍କାନାଳ, ଦେବଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ସମ୍ବଲପୁର, ସୁବର୍ଣ୍ଣପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରୁ ଚୟନ ହୋଇଥିବା ପ୍ରାର୍ଥୀମାନେ ଭାଗ ନେଇପାରିବେ। ଅନଲାଇନ ଏକକ ପ୍ରବେଶିକା ପରୀକ୍ଷା (ସିଇଇ) ଜରିଆରେ ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ଶାରୀରିକ ଫିଟନେସ ପରୀକ୍ଷା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଡକାଯାଇଛି। ଅନଲାଇନ ଏକକ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ପ୍ରାର୍ଥୀଙ୍କୁ ସେମାନଙ୍କର ଇମେଲ୍‌ ଆଇଡିରେ ଆଡମିଟ୍‌ କାର୍ଡ ପଠାଯାଇଛି। ଭାରତୀୟ ସେନାର ନିଯୁକ୍ତି ୱେବସାଇଟ୍‌ www.joinindianarmy.nic.inର ପ୍ରୋଫାଇଲ ସେକ୍ସନରେ ଲଗଇନ୍‌ କରି ମଧ୍ୟ ପ୍ରାର୍ଥୀମାନେ ସେମାନଙ୍କର ଆଡମିଟ କାର୍ଡ ଡାଉନଲୋଡ୍‌ କରିପାରିବେ। କୌଣସି ପ୍ରଶ୍ନ ପାଇଁ ପ୍ରାର୍ଥୀମାନେ ସମ୍ବଲପୁର ଏଆରଓଙ୍କୁ ୦୬୬୩-୨୯୫୦୩୫୯ ଏବଂ ୦୬୬୩- ୨୫ ୨୦୮୪୫ ନମ୍ବରରେ ଯୋଗାଯୋଗ କରିପାରିବେ।
ନିଯୁକ୍ତି ପ୍ରକ୍ରିୟା ସମୟରେ ଠକ/ଦଲାଲଙ୍କ ଠକାମିରେ ନପଡ଼ିବା ଲାଗି ନିଜର ମୂଳ କାଗଜପତ୍ର କାହାରିକୁ ନଦେବା ଲାଗି ପରାମର୍ଶ ଦିଆଯାଉଛି। ଏଭଳି କୌଣସି ଘଟଣା
ଘଟିବା କ୍ଷେତ୍ରରେ ସ୍ଥାନୀୟ ପୁଲିସ ଏବଂ ସମ୍ବଲପୁରସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟରେ ତୁରନ୍ତ ଯୋଗାଯୋଗ କରାଯାଇପାରିବ। ଏଭଳି ଠକ/ଦଲାଲଙ୍କ ବିରୋଧରେ ଏବଂ ନିଯୁକ୍ତି ଶିବିର ସମୟରେ କୌଣସି ଅନିୟମିତ କାର୍ଯ୍ୟ ପାଇଁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଜରିଆରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL