ମୟୂରଭଞ୍ଜ

ଶିମିଳିପାଳରେ ମୁକ୍ତ ଭାବରେ ବୁଲୁଛନ୍ତି ଉଭୟ ବାଘୁଣୀ ଯମୁନା ଓ ଜୀନତ୍

ବାରିପଦା: ଏନକ୍ଲୋଜରୁ ବାହାରି ଜଙ୍ଗଲକୁ ଗଲା ବାଘୁଣୀ ଜୀନତ। ଗତକାଲି ରାତି ସାଢେ ୯ଟାରେ ଫାଟକ ଖୋଲିବା ପରେ ବାଘୁଣୀ ବାହାରକୁ ବାହାରିଥିଲା। ବାଘୁଣୀ ଜୀନତ ବର୍ତ୍ତମାନ ଜଙ୍ଗଲରେ ବିଶ୍ରାମ ନେଉଛି। ଶିମିଳିପାଳ ଉତ୍ତର ଡିଭିଜନର ତିନୋଟି ଦଳ ଦ୍ୱାରା ବାଘୁଣୀର ଗତିବିଧିକୁ ନେଇ ୨୪ ଘଣ୍ଟା ଯାଏ ନଜର ରଖାଯାଉଛି। ବର୍ତ୍ତମାନ ଉଭୟ ବାଘୁଣୀ ଯମୁନା ଏବଂଜୀନତ ଶିମିଳିପାଳରେ ମୁକ୍ତ ଭାବରେ ବୁଲୁଛନ୍ତି। ଏନେଇ ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ସଫ୍ଟ ଏନ୍‌କ୍ଲୋଜର ମଧ୍ୟରେ ବନ ବିଭାଗର ନିରୀକ୍ଷଣରେ ଥିବା ମହାବଳ ବାଘୁଣୀ ‘ଜୀନତ୍‌’  କିଛି ଦିନ ତଳେ ଏଠାରେ ନିଜର ପ୍ରଥମ ଶିକାର କରିଥିଲା।

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ସଫ୍ଟ ଏନ୍‌କ୍ଲୋଜର ମଧ୍ୟରେ ବନ ବିଭାଗର ନିରୀକ୍ଷଣରେ ଥିବା ମହାବଳ ବାଘୁଣୀ ‘ଜୀନତ୍‌’  କିଛି ଦିନ ତଳେ ଏଠାରେ ନିଜର ପ୍ରଥମ ଶିକାର କରିଥିଲା। ଶିକାର ପାଇଁ ଏନ୍‌କ୍ଲୋଜର ମଧ୍ୟରେ ଛଡ଼ା ଯାଇଥିବା ଏକ ବାର୍‌ହାକୁ  ମାରି ଖାଇଥିଲା ଜୀନତ୍‌। ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରେ ରହିବା ବେଳେ ନିଜ ମା’ (ଟି-୪୭) ପାଖରୁ ଏହା ଶିକାର ଶିଖିଥିଲା। ଏବେ ଜୀନତ୍‌କୁ ୩ ବର୍ଷ ହୋଇଗଲାଣି। ‌ତେଣୁ ଜଙ୍ଗଲ‌ରେ ଶିକାର କରିବାରେ ସେ ପାରଙ୍ଗମ ହୋଇଯାଇଛି।  ନିଜ ପ୍ରଥମ ଶିକାର ପରେ ପାଣି ପିଇ ବେଶ୍‌ କିଛି ସମୟ ବିଶ୍ରାମ ନେଇଥିଲା। ଜୀନତ୍‌ର ସ୍ବାସ୍ଥ୍ୟ ଠିକ୍‌ ରହିଛି ଓ ଏହା ସ୍ବାଭାବିକ ଭାବେ ନିଜ ଶିକାରକୁ ଗୋଡ଼ାଇ ଗୋଡ଼ାଇ ମାରିବା ସହ ଏହାକୁ ଖାଇଥିଲା। ‌ତେବେ ଶିମିଳିପାଳ ପରିବେଶ ସହ ଖାପ ଖୁଆଇବା ପାଇଁ ଆଉ ୨ରୁ ୩ ସପ୍ତାହ ଲାଗିପାରେ। ଏହାପରେ ସଫ୍ଟ ଏନ୍‌କ୍ଲୋଜରରୁ ମୁକ୍ତ କରି ଏହାକୁ ଶିମିଳିପାଳର ଘଞ୍ଚ ଜଙ୍ଗଲରେ ଛଡ଼ାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା।

ସୂଚନାଯୋଗ୍ୟ; ତାଡ଼ବା ଅନ୍ଧାରୀ ବ୍ୟାଘ୍ର ପ୍ରକଳ୍ପରୁ ୨ଟି ମାଈ ମହାବଳଙ୍କୁ ଶିମିଳିପାଳ ଆଣିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ପକ୍ଷରୁ ଅନୁମତି ମିଳିବା ପରେ ପ୍ରଥମ ପର୍ଯ୍ୟାୟରେ, ଗତମାସ ୨୭ ତାରିଖରେ ଆସିଥିଲା ଅଢ଼େଇ ବର୍ଷୀୟ ବାଘୁଣୀ ଯମୁନା। ଦ୍ବିତୀୟ ପର୍ଯ୍ୟାୟରେ, ଗତ ୧୪ ତାରିଖ ଗୁରୁବାର ସନ୍ଧ୍ୟାରେ ଆସି ଶିମିଳିପାଳରେ ପହଞ୍ଚିଥିଲା ଜୀନତ୍।

ନିରାପଦ ସ୍ଥାନ ସନ୍ଧାନରେ ‘ଯମୁନା’
ଏପଟେ ଗତ ୯ ତାରିଖ ଦିନ ଏନ୍‌କ୍ଲୋଜର୍‌ରୁ ମୁକ୍ତ ହୋଇଥିବା ବାଘୁଣୀ ‘ଯମୁନା’ ଏବେ ଶିମିଳିପାଳର ଘଞ୍ଚ ଅରଣ୍ୟରେ ଘୂରିବାରେ ଲାଗିଥିଲା। ଦିନକୁ ସେ ୮ରୁ ୯ କିମି ବାଟ ଯାଉଛି। ୨ଦିନ ତଳେ ଏହା ଡୁକୁରା ପଟେ ରହିଥିଲା।  ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ ଯମୁନା ନିଜ ପାଇଁ ଶିକାର ବି କରିଥିଲା। ତେବେ ଅଢ଼େଇ ବର୍ଷର ଯମୁନା ଶିକାର କରିବାରେ ଏତେଟା ପାରଙ୍ଗମ ନୁହେଁ ବୋଲି ଏହା ବେକରେ ଲାଗିଥିବା କ୍ୟାମେରାରୁ ଜଣାପଡ଼ିଛି। ମୁକ୍ତ ଜଙ୍ଗଲରେ ଶିକାର କରିବାର ଅଭିଜ୍ଞତା ବଢ଼ିଲେ ଯମୁନା ମଧ୍ୟ ଜୀନତ୍‌ ଭଳି ଶିକାରରେ ପାରଙ୍ଗମ ହୋଇଯିବ ବୋଲି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି। ଯମୁନା ଏବେ ଜଙ୍ଗଲକୁ ଭଲ ଭାବେ ପରଖୁଛି। ପୁରା ଜଙ୍ଗଲକୁ ବୁଲିବା ସହ ତା’ ପାଇଁ ନିରାପଦ ସ୍ଥାନ ଅନ୍ବେଷଣ କରୁଛି। ସେହିପରି କୋର୍‌ ଏରିଆରେ ତା’ପାଇଁ ଖାଦ୍ୟର ଅଭାବ ନାହିଁ। ତେଣୁ ସେ ଘଞ୍ଚ ଅରଣ୍ୟରୁ ଜନବସତିମୁହାଁ ହେବାର ଆଶଙ୍କା ନାହିଁ। ତଥାପି ତା’ର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ସେ ଗାଁ ମୁହାଁ ହେଲାମାତ୍ରେ ଆଗୁଆ ସତର୍କକାମୂଳକ ପଦକ୍ଷେପ ନିଆଯିବ ବୋଲି ଆର୍‌ସିସିଏଫ ପ୍ରକାଶ ଚାନ୍ଦ ଗୋଗିନାନୀ କହିଛନ୍ତି।

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL