ବାଲେଶ୍ଵର

ମୋବାଇଲ ଲୁଟ୍ କରି ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ସୋର: ମୋବାଇଲ ଲୁଟ୍ କରି ଯାଉଥିବା ବେଳେ ସଡକ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ହେଲେ ଗୋପାଳପୁର ମଦନପୁର ଅଞ୍ଚଳର କହ୍ନେଇ ମଳିକ ।

ଅନିତା ଓ  ତାଙ୍କ ପୁଅ ଉକ୍ତ ଯୁବକଙ୍କ ପିଛା କରି ଯାଉଥିବା ବେଳେ କହ୍ନେଇ ମଡର୍ନ ହୋଟେଲ ନିକଟରେ ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ି ଯାଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ସୂଚନା ଅନୁସାରେ, ଆଜି ମଧ୍ୟାହ୍ନରେ ସୋର ଅଂଚଳର ଅନିତା ନାୟକ ଓ ତାଙ୍କ ପୁଅ ଏକ ସ୍କୁଟି ଯୋଗେ ଜିରତାଳ ଅଭିମୁଖେ ଯାଉଥିଲେ। ଏହି ସମୟରେ ଦହିସଡା ନିକଟସ୍ଥ ଶନି ମନ୍ଦିର ନିକଟରେ  କହ୍ନେଇ  ଅନିତାଙ୍କ ହାତରୁ ମୋବାଇଲକୁ  ଝାମ୍ପିନେଇ ବାଲେଶ୍ବର ଅଭିମୁଖେ ଚାଲିଯାଇଥିଲେ। ପରେ ଅନିତା ଓ  ତାଙ୍କ ପୁଅ ଉକ୍ତ ଯୁବକଙ୍କ ପିଛା କରି ଯାଉଥିବା ବେଳେ କହ୍ନେଇ ମଡର୍ନ ହୋଟେଲ ନିକଟରେ ଭାରସାମ୍ୟ ହରାଇ ଗାଡ଼ିରୁ ପଡ଼ି ଯାଇଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ନେବା ସହିତ ଘଟଣାର ଅଧିକ ତଦନ୍ତ ଅରମ୍ଭ କରିଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL