କେନ୍ଦ୍ରାପଡ଼ା

ବିମୋହିତ ପର୍ଯ୍ୟଟକ! ଚଳଚଞ୍ଚଳ ଭିତରକନିକା

ରାଜନଗର: ଭିତରକନିକା କେନ୍ଦ୍ରାପଡ଼ା ଜିଲା ତଥା ରାଜ୍ୟର ଅନ୍ୟତମ ପର୍ଯ୍ୟଟନସ୍ଥଳୀ। ଏବେ ଚାଲିଛି ପର୍ଯ୍ୟଟନ ଋତୁ। ପ୍ରକୃତି ରାଣୀର ଏକ ଅନୁପମ ଶୋଭା ସୌନ୍ଦର୍ଯ୍ୟର ଗ୍ରନ୍ଥାଗାର ଓ ଜୈବ ବିବିଧତାପୂର୍ଣ୍ଣ ଭିତରକନିକା। ଏହାର ଜାଙ୍ଗଲୀକ ମାୟା ପ୍ରକୃତି ପ୍ରେମୀଙ୍କୁ ବିମୋହିତ କରେ। ନଦୀରେ ବୋଟରେ ଭ୍ରମଣ କଲାବେଳେ ପର୍ଯ୍ୟଟକଙ୍କୁ ଆନମନା କରେ।

ଶୀତ ଋତୁ ଆରମ୍ଭରୁ ଭିତରକନିକାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଲାଣି। କାହିଁ କେଉଁ ଦୂରଦୂରାନ୍ତରୁ ପର୍ଯ୍ୟଟକମାନେ କର୍ମ ଜଂଜାଳରୁ ମୁକ୍ତି ପାଇଁ ଏବଂ ପ୍ରାକୃତିକ ଶୋଭାକୁ ମନ ଭରି ଉପଭୋଗ କରିବା ପାଇଁ ଛୁଟି ଆସୁଛନ୍ତି ଭିତରକନିକା। ଏହି ପର୍ଯ୍ୟଟନ ଋତୁରେ ଅନେକ ପରିବାରଙ୍କ ପାଇଁ ଜୀବିକା ଯୋଗାଇଥାଏ ଏହି ପର୍ଯ୍ୟଟନ ସ୍ଥଳୀ। ବୋଟ୍‌ ଚାଳକ, ଚା’ ଦୋକାନୀ, ପାନ ଦୋକାନୀ, ହୋଟେଲ ବ୍ୟବସାୟୀ ସମସ୍ତେ ଏହି ସମୟରେ ଚଳଚଞ୍ଚଳ ହୋଇ ଉଠିଛନ୍ତି। ପର୍ଯ୍ୟଟନ ଋତୁ ଆରମ୍ଭରୁ ଏଠାରେ ପର୍ଯ୍ୟଟକଙ୍କ ଭିଡ଼କୁ ଦେଖି ଆଗକୁ ଆହୁରି ବହୁ ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେବ ବୋଲି ଆଶା କରାଯାଉଛି।

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL