ଅର୍ଥନୀତି ଓଡ଼ିଶା ବ୍ୟବସାୟ ଓ ବାଣିଜ୍ୟ ଶିଳ୍ପ ଓ ଭିତ୍ତିଭୂମି ସାପ୍ତାହିକ

ନୂଆବର୍ଷରୁ ଭୁବନେଶ୍ୱରରୁ ୫ ସହରକୁ ବିମାନସେବା

ଓଡ଼ିଶାର ବିମାନଯାତ୍ରୀମାନଙ୍କ ପାଇଁ ଖୁସି ଖବର ଆସିଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରଖୁବ୍ ଶୀଘ୍ର ନୂଆ ସହର ସହିତ ସଂଯୋଗ ବିସ୍ତାର କରିବାକୁ ଯାଉଛି। ଜାନୁଆରୀ ୨୦୨୫ରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ଘରୋଇ ବିମାନ ନୂତନ ମାର୍ଗରେ ଉଡ଼ାଣ ଆରମ୍ଭ କରାଯିବ

ଭୁବନେଶ୍ୱର: ଓଡ଼ିଶାର ବିମାନଯାତ୍ରୀମାନଙ୍କ ପାଇଁ ଖୁସି ଖବର ଆସିଛି। ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (ବିପିଆଇଏ) ଖୁବ୍ ଶୀଘ୍ର ନୂଆ ସହର ସହିତ ସଂଯୋଗ ବିସ୍ତାର କରିବାକୁ ଯାଉଛି।  ଜାନୁଆରୀ ୨୦୨୫ରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ  ଘରୋଇ ବିମାନ ନୂତନ ମାର୍ଗରେ ଉଡ଼ାଣ ଆରମ୍ଭ କରାଯିବ।

ବିପିଆଇଏ କର୍ତ୍ତୃପକ୍ଷ ଗୁରୁବାର ଏନେଇ ସୂଚନା ଦେଇଛନ୍ତି। କର୍ତ୍ତୃପକ୍ଷ  କହିଛନ୍ତି ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ଜାନୁୟାରୀ ୨୦୨୫ ର ପ୍ରଥମ ସପ୍ତାହରୁ ନୂତନ ରୁଟ୍‌ରେ ବିମାନ ଚଳଚଳ ଆରମ୍ଭ କରିବେ।

ନୂଆବର୍ଷ ଆରମ୍ଭରୁ ଭୁବନେଶ୍ୱର ବିମାନବନ୍ଦରରୁ ୫ ସହରକୁ ବିମାନ ଉଡ଼ାଣ କରିବ। ଇନ୍ଦୋର, ଡେରାଡୁନ୍, ଲକ୍ଷ୍ନୌ, ଜୟପୁର ଓ କୋଚିନକୁ ବିମାନ ସେବା ଆରମ୍ଭ ହେବ।

ଏ ନେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ୨୦୨୫ ଜାନୁଆରୀ ୧ ତାରିଖରୁ ସପ୍ତାହକୁ ୪ଦିନ ଇନ୍ଦୋର ଅଭିମୁଖେ ଇଣ୍ଡିଗୋ ବିମାନ ଯାତ୍ରା କରିବ। ଡେରାଡୁନ୍କୁ ସପ୍ତାହକୁ ୩ ଦିନ ବିମାନଯାତ୍ରା କରିପାରିବେ ଯାତ୍ରୀ । ସେହିପରି ଜାନୁୟାରୀ ୩ରୁ ଲକ୍ଷ୍ନୌ ଓ ଜୟପୁରକୁ ସପ୍ତାହରେ ୩ ଦିନ ବିମାନ ସେବା ଯୋଗାଯିବ। ଏହାବ୍ୟତୀତ କୋଚିନକୁ ସପ୍ତାହରେ ୭ଦିନଯାକ ଏୟାରଇଣ୍ଡିଆ ସେବା ଯୋଗାଇବ ।

Tag:

LSadmin

About Author

LOKA SAMACHAR @2026. All Rights Reserved || Developed By CBSPL