ଗଞ୍ଜାମ

ନାବାଳିକା ବିବାହ ନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଥାନାରେ ମାମଲା

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳ ଅଞ୍ଚଳରେ ଜଣେ ନାବାଳିକାର ବିବାହ ହୋଇଥିବା ସହ ସେ ୩ ମାସର ଅନ୍ତଃସ୍ଵତ୍ତା ଥିବା ଜଣାପଡିବା ପରେ ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଚିକିଟି ସିଡିପିଓଙ୍କ ଅଭିଯୋଗକୁ ଭିତ୍ତି କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ ଗତ ଜୁଲାଇ ମାସରେ ସୁମାଣ୍ଡିର ଜଣେ ୧୪ ବର୍ଷିଆ ନାବାଳିକାକୁ ସୋରଳର ଜଣେ ଯୁବକ ସହ ଉଭୟ ପକ୍ଷର ସହମତିରେ ବୈଦିକ ରୀତିରେ ବିବାହ କରଯାଇଥିଲା। କିନ୍ତୁ ଏବେ ଉକ୍ତ ନାବାଳିକା ଜଣଙ୍କ ୩ ମାସର ଅନ୍ତଃସ୍ଵତ୍ତା ରହିଥିବା ଜଣାପଡିଥିଲା। ଏହା ଜଣାପଡ଼ିବା ପରେ ଚିକିଟି ଶିଶୁ ମଙ୍ଗଳ ଅଧିକାରୀଙ୍କ ପକ୍ଷରୁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘଟଣା ନେଇ ଅବଗତ  କରାଯାଇଥିଲା। ଅଭିଯୋଗକୁ ଭିତ୍ତି ରି ପୁଲିସ ପକ୍ଷରୁ ୫୦୮/୨୪ ରେ ଏକ ମାମଲା ରୁଜୁ ହୋଇ ଘଟଣାର ତଦନ୍ତ କରାଯାଉଛି।

Tag:

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL