ଅନ୍ତର୍ଜାତୀୟ

ଇସ୍ରାଏଲ ବିରୋଧରେ ‘ରାସାୟନିକ ଅସ୍ତ୍ର’ ପ୍ରୟୋଗ କରିପାରେ ଇରାନ

ଯୁଦ୍ଧବିରତି ଚୁକ୍ତି ନିମନ୍ତେ ଇସ୍ରାଏଲ ଓ ଲେବାନନ୍‌ର ହେଜବୁଲ୍ଲା ରାଜି ହୋଇଛନ୍ତି, କିନ୍ତୁ ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ   ଲାଗିଛି। ଆଗକୁ ଇସ୍ରାଏଲ ବିରୋଧରେ ଇରାନ ନିଜର ଆକ୍ରମଣକୁ ଆହୁରି ସଂଗଠିତ ଓ ଭୟାନକ କରିବ।

ଜେରୁଜେଲମ୍‌: ଯୁଦ୍ଧବିରତି ଚୁକ୍ତି ନିମନ୍ତେ ଇସ୍ରାଏଲ ଓ ଲେବାନନ୍‌ର ହେଜବୁଲ୍ଲା ରାଜି ହୋଇଛନ୍ତି, କିନ୍ତୁ ଇରାନ୍‌ ଓ ଇସ୍ରାଏଲ୍‌ ମଧ୍ୟରେ ଉତ୍ତେଜନା ବଢ଼ିବାରେ   ଲାଗିଛି। ଆଗକୁ ଇସ୍ରାଏଲ ବିରୋଧରେ ଇରାନ ନିଜର ଆକ୍ରମଣକୁ ଆହୁରି ସଂଗଠିତ ଓ ଭୟାନକ କରିବ। ଇରାନ ରାସାୟନିକ ଅସ୍ତ୍ର ପ୍ର‌ୟୋଗ କରିବାକୁ ଯୋଜନା କରୁଛି ବୋଲି ଆମେରିକା ଆଜି ଇସ୍ରାଏଲକୁ ଚେତାଇଛି। ଆମେରିକାର ‘ୱାଲ୍‌ଷ୍ଟ୍ରିଟ୍‌ ଜର୍ନାଲ୍‌’ରେ ପ୍ରକାଶିତ ଖବର ଅନୁସାରେ, ପୂର୍ବରୁ ଦୁଇ ଆକ୍ରମଣରେ ଇରାନ ଯେଉଁ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିଲା ସେଭଳି ଅସ୍ତ୍ର ପ୍ର‌ୟୋଗ ନକରିବା  ସହ ‘ଭିନ୍ନ ଅସ୍ତ୍ର’ ପ୍ର‌ୟୋଗ କରିବା ସମ୍ଭାବନା ରହିଛି। ଏଭଳି ଆକ୍ରମଣ ସମ୍ପର୍କରେ ଇଜିପ୍ଟକୁ ଇରାନ ସୂଚନା ଦେଇଛି। ଖବରକାଗଜରେ ଇଜିପ୍ଟର ସେନାଅଧିକାରୀଙ୍କ ମନ୍ତବ୍ୟକୁ ଉଲ୍ଲେଖ କରାଯାଇଛି।

ସୂଚନାନୁସାରେ, ଇସ୍ରାଏଲ ବିରୋଧୀ ଆକ୍ରମଣରେ ଇରାନ ସହଯୋଗୀ ହମାସ୍‌ ଓ ହେଜବୁଲ୍ଲାର ସହାୟତା ନନେଇ ନିଜର ପ୍ରତ୍ୟକ୍ଷ ସେନାବାହିନୀକୁ ନିୟୋଜିତ କରିବ।  ଇରାନ ରାଷ୍ଟ୍ରପତି ମାସୁଦ ପେଜିଶିକିଆ ଇସ୍ରାଏଲ ଉପରେ ସମ୍ଭାବ୍ୟ ଆକ୍ରମଣ ଯୋଜନାକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିନାହାନ୍ତି। ସେ କହିଛନ୍ତି, ଇସ୍ରାଏଲ ସହ ଇରାନ୍‌ର ସହଯୋଗୀ ହମାସ୍‌ ଓ ହେଜବୁଲ୍ଲାର ଯୁଦ୍ଧବିରତି ଚୁକ୍ତି ଦ୍ବାରା ଭବିଷ୍ୟତର ଆକ୍ରମଣର ଗମ୍ଭୀରତା ହାସ ପାଇପାରେ। ସୂଚନାଯୋଗ୍ୟ,  ଚଳିତ ବର୍ଷ ଏପ୍ରିଲ୍‌ ୧୩-୧୪ ଓ ଅକ୍ଟୋବର ୧ରେ ଇସ୍ରାଏଲ୍‌ ଉପରେ ହୋଇଥିବା କ୍ଷେପଣାସ୍ତ୍ର ଆକ୍ରମଣ ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ୍‌ (ଆଇଆର୍‌ଜିସି) ଦ୍ବାରା ପରିଚାଳିତ ହୋଇଥିଲା। ଆଇଆର୍‌ଜିସି ଇରାନର ନିୟମିତ ସେନାବାହିନୀ ନୁହେଁ। ଏହା ଦେଶର ଆଭ୍ୟନ୍ତରୀଣ ଶାନ୍ତିରକ୍ଷା ପାଇଁ ବ୍ୟବହୃତ ହୋଇଥାଏ। ବାହାରିନ, କାନାଡା, ସାଉଦିଆରବ, ସ୍ବିଡେନ୍‌ ଓ ଆମେରିକା ଏହାକୁ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରିଛନ୍ତି।

Tag:

LSadmin

About Author

Leave a Reply

Your email address will not be published. Required fields are marked *

LOKA SAMACHAR @2026. All Rights Reserved || Developed By CBSPL